www.samajalive.in
Saturday, December 6, 2025
26.1 C
Bhubaneswar

ଅଜଣା ରୋଗ ନେଲା ଆଉ ଜଣଙ୍କ ଜୀବନ: ଗାଁରେ ସ୍ବତନ୍ତ୍ର ଡାକ୍ତରୀ ଟିମର ଅନୁଧ୍ୟାନ   

ରାୟଗଡା : ରାୟଗଡା ଜିଲାର କାଶୀପୁରରେ ଅଜଣା ରୋଗରେ ଗଲା ଆଉ ଜଣଙ୍କ ଜୀବନ । ମଙ୍ଗଳବାର ରାତିରେ ଆଉ ଜଣେ ୧୩ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିବା ଖବର ମିଳିଛି । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୪ରେ ପହଁଞ୍ଚିଛି।  ୫ଜଣ ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ଦୁଇ ଜଣ ଆକ୍ରାନ୍ତ ଗାଁ ରେ ଥିବା ଜଣାପଡିଛି । ରାୟଗଡା ମେଡିକାଲରେ ଚିକିତ୍ସାଧିନ ଦୁଇ ଶିଶୁଙ୍କୁ ବୁଧବାର ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଆଜି ଭୁବନେଶ୍ବରରୁ ଆସିଥିବା ଏକ ସ୍ବତନ୍ତ୍ର ଟିମ, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଏକ ଟିମ ଓ ରାୟଗଡା ଜିଲାରୁ ଏକ ଡାକ୍ତରୀ ଟିମ ମୁନୁଷପଦର ଗାଁ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁଯାୟୀ ରାୟଗଡା ଜିଲା କାଶୀପୁରୁ ବ୍ଲକ ଡ଼ଙ୍ଗାସିଲ ପଞ୍ଚୟତର ମୁନୁଷପଦର ଗାଁରେ ଗତ ଏକ ସପ୍ତାହ ହେଲା ଅଜଣା ରୋଗର ଆତଙ୍କ ଦେଖାଦେଇଛି । ଅଜଣା ରୋଗରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି।  ପୂର୍ବରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ଜଣକ ୧୩ ବର୍ଷୀୟ ଝିଅ କାଳୀ ମାଝି ବୋଲି ଜଣାପଡିଛି।  ଏବେ ବି ଗାଁରେ ଆହୁରି ଦୁଇ ଶିଶୁ ଏଥିରେ ଆକ୍ରାନ୍ତ ହୋଇ ଗାଁରେ ଅଛନ୍ତି । ତେବେ ମନୁଷପଦର ଗାଁରେ ଏଭଳି ରୋଗକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories