www.samajalive.in
Thursday, December 11, 2025
15.1 C
Bhubaneswar

୫୨ ପାକିସ୍ତାନୀ ନାଗରିକଙ୍କୁ ଦେଶାନ୍ତର କଲା ଆମେରିକା

ଇସଲାମାବାଦ : ଆମେରିକା ଗୁରୁବାର ୫୨ ପାକିସ୍ତାନୀ ନାଗରିକଙ୍କୁ ନିଜ ଦେଶକୁ ପଠାଇ ଦେଇଛି। ଏହି ପ୍ରବାସୀମାନେ କଡ଼ା ସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ବିମାନ ଯୋଗେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପହଞ୍ଚିଛନ୍ତି।
ପାକିସ୍ତାନ ବିଦେଶମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ ପାକିସ୍ତାନ ନ୍ୟାସନାଲ ଆସେଂବ୍ଲିରେ କହିଛନ୍ତି ଯେ ଆମେରିକା ଅଧିକାରୀମାନେ ପ୍ରବାସୀ ନିୟମ ଉଲ୍ଲଙ୍ଘନ, ଅପରାଧିକ ଆଚରଣ ଏବଂ ଅନ୍ୟ ଗୁରୁତର ଅଭିଯୋଗରେ କେତେକ ପାକିସ୍ତାନ ନାଗରିକଙ୍କୁ ଗିରଫ କରି ମୋକଦ୍ଦମା ଚଳାଇଥିଲା।
ପାକିସ୍ତାନର ‘ଡନ’ ଖବରକାଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ୫୩ ପାକିସ୍ତାନୀଙ୍କୁ ସ୍ୱଦେଶ ଫେରିବାର ଥିଲା, କିନ୍ତୁ ଗୁରୁବାର ୫୨ ଜଣ ନାଗରିକ ସ୍ୱଦେଶରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଅସୁସ୍ଥ ହୋଇପଡ଼ିବାରୁ ଜଣେ ପାକିସ୍ତାନୀ ନାଗରିକ ସ୍ୱଦେଶ ଫେରିପାରିନାହାନ୍ତି।
ସୂଚନା ଅନୁସାରେ ଟ୍ରମ୍ପ ପ୍ରଶାସନ ଭିସା ଅବଧି ଶେଷ ହେବା ପରେ ବି ଆମେରିକାରେ ରହୁଥିବା ବିଦେଶ ନାଗରିକଙ୍କୁ ଧରି ଦେଶାନ୍ତର କରୁଛି। ଏହି କ୍ରମରେ ଧାର୍ଯ୍ୟ ସମୟଠାରୁ ଅଧିକ ଦିନ ହେବ ଆମେରିକାରେ ରହୁଥିବା ୫୨ ପାକିସ୍ତାନୀଙ୍କୁ ଦେଶାନ୍ତର କରାଯାଇଛି। ଏପରିକି ଆମେରିକା ପାକିସ୍ତାନର ଅତିରିକ୍ତ ସଚିବ, ଗୃହ ମନ୍ତ୍ରାଳୟର ଜଣେ ଯୁଗ୍ମ ସଚିବ ଏବଂ ପାସପୋର୍ଟ ମହାନିର୍ଦେଶକଙ୍କୁ ଭିସା ଦେବାକୁ ମନା କରିଦେଇଛି।
ଅନ୍ୟ ଏକ ଘଟଣା କ୍ରମେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଗ୍ରୀସରୁ ସ୍ୱଦେଶକୁ ଫେରିଥିବା ପାକିସ୍ତାନ ନାଗରିକଙ୍କୁ ଇସଲାମାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ପାକିସ୍ତାନୀ ନାଗରିକମାନେ ବେଆଇନ ଭାବେ ଗ୍ରୀସରେ ପ୍ରବେଶ କରିଥିଲେ। ଗ୍ରୀସ ସେମାନଙ୍କୁ ଗିରଫ କରି ସ୍ୱଦେଶକୁ ଫେରାଇ ଦେଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories