www.samajalive.in
Thursday, December 11, 2025
14.1 C
Bhubaneswar

ରାଷ୍ଟ୍ରପତି ଭବନର ଉତ୍ସବରେ ଉପସ୍ଥିତ ରହିବେ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ : ଏଣିକି ରାଷ୍ଟ୍ରପତି ଭବନରେ ଆୟୋଜିତ କିଛି ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କିମ୍ବା ରିଓ ଅଲିମ୍ପିକ୍‌ସ ରୌପ୍ୟପଦକ ବିଜୟିନୀ ପି.ଭି. ସିନ୍ଧୁଙ୍କୁ ଯଦି ଆପଣ ଦେଖିବାକୁ ପାଆନ୍ତି ; ତେବେ ଚକିତ ହୁଅନ୍ତୁନାହିଁ । ବହୁତ ଶୀଘ୍ର ଦେଶର ନାମୀ କ୍ରୀଡ଼ାବିତ୍‌ଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ଉପସ୍ଥିତ ରହିବାକୁ ନିର୍ଦେଶ ମିଳିବାକୁ ଯାଉଛି । ରାଷ୍ଟ୍ରପତି ଭବନ ଚାହୁଁଛି ଯେ ଭାରତ ଗସ୍ତରେ ଆସିଥିବା ରାଷ୍ଟ୍ରମୁଖ୍ୟଙ୍କ ଉଦ୍ଦେଶ୍ୟରେ ରାତ୍ରିଭୋଜନ, ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଦେଶର ପ୍ରମୁଖ କ୍ରୀଡ଼ାବିତ୍ ଉପସ୍ଥିତ ରହନ୍ତୁ।
ଏହି ମର୍ମରେ ରାଷ୍ଟ୍ରପତି ଭବନ ପକ୍ଷରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ଏକ ପତ୍ର ଲେଖାଯାଇଛି। ଏଥିରେ ୨୦ ଜଣ ଭାରତୀୟ କ୍ରୀଡ଼ାବିତ୍‌ଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହି ତାଲିକାରେ ପୁରୁଷ ଓ ମହିଳା କ୍ରୀଡ଼ାବିତ୍ ରହିବେ। ରାଷ୍ଟ୍ରପତି ଭବନର ଉତ୍ସବ ଆୟୋଜନ ବେଳେ ଏହି କ୍ରୀଡ଼ାବିତ୍‌ ଉପସ୍ଥିତ ରହିବା ଆବଶ୍ୟକ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ରାଷ୍ଟ୍ରପତି ଭବନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ଏହି ସମସ୍ତ କ୍ରୀଡ଼ାବିତ୍ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ନୁହେଁ। ଯଦି ଖେଳାଳି ବିଦେଶ ଗସ୍ତରେ ନଥିବେ ଏବଂ ସ୍ବଦେଶରେ ତାଙ୍କର କୌଣସି ପ୍ରତିଯୋଗିତା ନଥିବ; ସେମାନେ ଏହି ଉତ୍ସବରେ ଯୋଗଦେବାକୁ ରାଷ୍ଟ୍ରପତି ଭବନ ପକ୍ଷରୁ ଅନୁରୋଧ କରାଯାଇଛି। ରାଷ୍ଟ୍ରପତି ଭବନର ଏହି ଅନୁରୋଧ ପରେ କ୍ରୀଡ଼ା ମନ୍ତ୍ରାଳୟ କ୍ରୀଡ଼ାବିତ୍‌ଙ୍କର ୨୦ ଜଣିଆ ତାଲିକା ପ୍ରସ୍ତୁତ କରିଛି। ଏଥିରେ ୧୨ ଜଣ ମହିଳା ଓ ୮ ଜଣ ପୁରୁଷ କ୍ରୀଡ଼ାବିତ୍ ରହିଛନ୍ତି। ସେମାନେ ରାଜୀବ ଗାନ୍ଧି ଖେଳରତ୍ନ କିମ୍ବା ଅର୍ଜୁନ ପୁରସ୍କାର ପାଇଛନ୍ତି। କ୍ରୀଡ଼ାବିତ୍‌ଙ୍କ ଉପସ୍ଥିତି ଯୋଗୁଁ ସାରାବିଶ୍ବକୁ ଭାରତର ବର୍ଦ୍ଧିତମାନ କ୍ରୀଡ଼ା ଶକ୍ତି ଦେଖାଇବା ରାଷ୍ଟ୍ରପତି ଭବନର ଉଦ୍ଦେଶ୍ୟ। ତାଲିକାରେ ଥିବା ୨୦ ଜଣ କ୍ରୀଡ଼ାବିତ୍ ହେଲେ ବିରାଟ କୋହଲି, ପି.ଭି. ସିନ୍ଧୁ, ଦୀପିକା କୁମାରୀ, ନୀରଜ ଚୋପ୍ରା, ହିମା ଦାସ, ସାଇନା ନେହୱାଲ, ପଙ୍କଜ ଆଡ଼ୱାଣୀ, ଏମ୍‌.ସି. ମ୍ୟାରି କମ୍, ଝୁଲଣ ଗୋସ୍ବାମୀ, ଦୀପା କର୍ମକାର, ଦେବେନ୍ଦ୍ର ଝାଝାରିଆ, ଦୀପା ମଲ୍ଲିକ, ହିନା ସିଦ୍ଧୁ, ଜିତୁ ରାୟ, ଗଗନ ନାରଙ୍ଗ, ମାନିକା ବାତ୍ରା, ସାନିଆ ମିର୍ଜା, ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆ ଓ ମୀରାବାଈ ଚାନୁ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories