www.samajalive.in
Monday, December 15, 2025
14.1 C
Bhubaneswar

ଏଆଇସିଟିଇ ପୋର୍ଟାଲରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଇଣ୍ଟର୍ଣ୍ଣସିପ୍ ସୁଯୋଗର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନିଯୁକ୍ତି ସୁଯୋଗ ବଢାଇବା ଶିକ୍ଷା ମନ୍ତ୍ରଣାଳୟର ସର୍ବୋଚ୍ଚ ପ୍ରାଥମିକତା

ନୂଆଦିଲ୍ଲୀ/ଭୁବନେଶ୍ୱର :  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ପୋର୍ଟାଲରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଇଣ୍ଟର୍ଣ୍ଣସିପ୍ ସୁଯୋଗର ଶୁଭାରମ୍ଭ କରିଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଇଣ୍ଟର୍ଣ୍ଣସିପ୍ ସୁଯୋଗ ଦେବା ପାଇଁ ଏଆଇସିଟିଇ, ସିସ୍କୋ, ସେଲ୍ସଫୋର୍ସ, ମହାତ୍ମା ଗାନ୍ଧି କାଉନସିଲ ଫର୍ ରୁରାଲ ଏଜୁକେସନ(ଏମଜିଏନସିଆରଇ) ଏବଂ ଆରସବି ଟ୍ରାନ୍ସମିସନ ଇଣ୍ଡିଆ ଲିମିଟେଡ ମିଳିତ ଭାବରେ ଆଗେଇ ଆସିଛନ୍ତି।

- Advertisement -

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଦେଶର ଯୁବପିଢିଙ୍କୁ ଭବିଷ୍ୟତର ଚ୍ୟାଲେଞ୍ଜ ଲାଗି ପ୍ରସ୍ତୁତ କରିବା ଦିଗରେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ରେ ଶିଳ୍ପ ସଂସ୍ଥା ସହ ଶିକ୍ଷାନୁଷ୍ଠାନକୁ ଯୋଡିବା ପାଇଁ ପ୍ରଧାନ୍ୟ ଦିଆଯାଇଛି । ୧ ଲକ୍ଷରୁ ଅଧିକ ଉର୍ଦ୍ଧ୍ୱ ଇଣ୍ଟର୍ଣ୍ଣସିପ୍ ର ସୁଯୋଗ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଦେଶର ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସଂସ୍ଥା ଇଣ୍ଟର୍ଣ୍ଣସିପ୍ ର ସୁଯୋଗ ସମସ୍ତଙ୍କୁ ଦିଆଯାଉ, ଏପରି ଲକ୍ଷ୍ୟ ରଖିବା ଉଚିତ୍।
୨୦୪୭କୁ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଏଥିପାଇଁ ଭାରତ ରୋଡମ୍ୟାପ ପ୍ରସ୍ତୁତ କରୁଛି। ଏହି ସମୟ ଅବଧି ମଧ୍ୟରେ ଆମକୁ ମିଳିତ ଭାବରେ କାମ କରିବାର ଆବଶ୍ୟକତା ରହିଛି। ଆଗାମୀ ୨ ରୁ ୩ ବର୍ଷରେ ୧୦ କୋଟି ଇଣ୍ଟର୍ଣ୍ଣସିପ୍ ପ୍ରଦାନ କରିବା ଆମର ଲକ୍ଷ୍ୟ ହେବା ଦରକାର। ଏହା ଦ୍ୱାରା ନିଯୁକ୍ତି କ୍ଷେତ୍ର ଗତିଶୀଳ ହେବ ଏବଂ ଅର୍ଥନୀତି ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଶିଳ୍ପସଂସ୍ଥା ପ୍ରଶିକ୍ଷଣ, ସ୍କିଲିଂ ଏବଂ ରି- ସ୍କିଲିଂର ଗୁରୁତ୍ୱକୁ ବୁଝି ପାରୁଛନ୍ତି। ଏହା ସହ କମ୍ପାନୀ ତଥା ଶିଳ୍ପ ସଂସ୍ଥା ହ୍ୟୁମାନିଟିଜ୍ ଏବଂ ଟେକ୍ନୋଲୋଜିରେ ଇଣ୍ଟର୍ଣ୍ଣସିପ୍ ଦେବା ପାଇଁ ଆଗେଇ ଆସିବା ଦରକାର। ଏହା ସହ ଏଆଇସିଟିଇକୁ ମଧ୍ୟ ଇଣ୍ଟର୍ଣ୍ଣସିପ୍ ଇକୋସିଷ୍ଟମକୁ ଏକାଡେମିକ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍ ସହ ଯୋଡି ସମସ୍ତ ବୟସର ବର୍ଗଙ୍କୁ ଇଂଟର୍ଣ୍ଣସିପ୍ ଏବଂ ଟ୍ରେନିଂ ଦେବା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରୋତ୍ସାହିତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories