www.samajalive.in
Wednesday, December 10, 2025
15.1 C
Bhubaneswar

ଡାକ ଘର ଆପଣଙ୍କ ସେବା ଘର : ଧର୍ମେନ୍ଦ୍ର ପ୍ରଧାନ

‘ପୂର୍ବୋଦୟ କଳ୍ପନା’ରେ ମୋଦୀ ସରକାର ରାଜ୍ୟରେ ନୂଆ ଡାକ କାର୍ଯ୍ୟାଳୟ ଖୋଲିବାର ଦାୟିତ୍ୱ ନେଇଛନ୍ତି

ପିପିଲି : ଡାକ ଘର ହେଉଛି ଆପଣଙ୍କର ସେବା ଘର। ଦୁର୍ଗାଦାସପୁର ଗ୍ରାମକୁ ଦେଶ ଦୁନିଆ ସହ ଯୋଡାଯିବାର ଏକ ନୂଆ ଝରକା ଟିଏ ତିଆରି ହେଲା ବୋଲି ଶନିବାର ପିପିଲିର ଦୁର୍ଗାଦାସପୁରରେ ନୂତନ ଡାକ ଶାଖା କାର୍ଯ୍ୟାଳୟକୁ ଉଦ୍‌‌ଘାଟନ କରିବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
ଶନିବାର ଅପରାହ୍ନରେ ଦୁର୍ଗାଦାସପୁର ନୂତନ ଡାକ ଶାଖା କାର୍ଯ୍ୟାଳୟକୁ ଉଦ୍‌‌ଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ‘ପୂର୍ବୋଦୟ କଳ୍ପନା’ ରେ ଭାରତ ସରକାର ଓଡିଶାରେ ନୂଆ ନୂଆ ଡାକ କାର୍ଯ୍ୟାଳୟ ଖୋଲିବା ସହ ବିକଶିତ କରୁଛନ୍ତି । ଡାକଘରକୁ କମ୍ପ୍ୟୁଟରୀକରଣ କରିବା ସହ ଅତ୍ୟାଧୁନିକ କରାଯାଉଛି। ଓଡିଶାର ଏହି ୭୬୯୬ତମ ଡାକ ଶାଖା କାର୍ଯ୍ୟାଳୟ ବ୍ୟାଙ୍କ ଭଳି କାର୍ଯ୍ୟ କରିବ। ସାଧାରଣ ନାଗରିକଙ୍କୁ ସୁଲଭ, ସୁଗମ ଓ ବିଶ୍ୱସନୀୟ ବ୍ୟାଙ୍କ ସେବା ପ୍ରଦାନ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ସୁବିଧାକୁ ଲୋକମାନଙ୍କ ପାଖରେ ପହଞ୍ଚାଯିବା ଲକ୍ଷ୍ୟରେ ଏହା କାର୍ଯ୍ୟ କରିବ। ଏହା ଦ୍ୱାରା ଆଖପାଖ ୭ଟି ଗ୍ରାମର ୫ହଜାରରୁ ଉର୍ଦ୍ଧ ଲୋକେ ଉପକୃତ ହେବେ। ଏଥିପାଇଁ ଶ୍ରୀ ପ୍ରଧାନ ଦୁର୍ଗାଦାସପୁର ପଞ୍ଚାୟତବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଥିଲେ। ମୋଦୀ ସରକାରରେ ଓଡିଶା ଏବଂ ଭାରତରେ ହେଉଥିବା ବିକାଶର କଥା ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ମୋଦିଙ୍କ ନେତୃତ୍ୱରେ ଦେଶରେ ଚଉମୁଖୀ ବିକାଶ ହୋଇଛି ।

- Advertisement -

ୟୁପିଏ ସରକାରର ୧୦ ବର୍ଷ ଶାସନକାଳ ମଧ୍ୟରେ ଓଡିଶାକୁ ମାତ୍ର ୩ଲକ୍ଷ କୋଟି ଟଙ୍କା ଆସିଥିବା ବେଳେ ମୋଦି ସରକାରରେ ଏ ପର୍ଯ୍ୟନ୍ତ ଓଡିଶାକୁ ୧୮ଲକ୍ଷ କୋଟି ଟଙ୍କା ଆସିଛି। ଦୁର୍ଗାଦାସପୁର ଭଳି କୃଷି ପ୍ରଧାନ ଅଞ୍ଚଳକୁ ଆଗକୁ ନେବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନେଇଛନ୍ତି। ଗରୀବଙ୍କ ସମେତ ଚାଷୀଙ୍କ କଲ୍ୟାଣ ପାଇଁ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଦେଶକୁ ବିକଶିତ କରିବାକୁ ହେଲେ ପିପିଲି ଓ ପୁରୀ ଜିଲା ସମେତ ସମଗ୍ର ଓଡିଶାକୁ ବିକଶିତ କରିବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ। ନରେନ୍ଦ୍ର ମୋଦୀ ଅନେକ ଯୋଜନା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଯୋଜନାକୁ ଦୁର୍ଗାଦାସପୁରକୁ ଆଣିବାକୁ ପଡିବ। ଯୁବଗୋଷ୍ଠୀଙ୍କ ପାଇଁ ଲାଇବ୍ରେରୀ, ଯୁବତୀଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଓ ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ଦୁର୍ଗାଦାସପୁରରେ ଏକ ସିଲେଇ ତାଲିମ କେନ୍ଦ୍ର ଖୋଲାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ନୂତନ ପଞ୍ଚାୟତ ହେବା ପରେ ଦୁର୍ଗାଦାଶପୁର ପଞ୍ଚାୟତରେ ହାଇସ୍କୁଲ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ପତ୍ର ମିଳିବା ପରେ ଦୁର୍ଗାଦାଶପୁର ପଞ୍ଚାୟତରେ ନୂତନ ହାଇସ୍କୁଲ ପାଇଁ ୫୦ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଟିଡିସି ଅଧ୍ୟକ୍ଷ ଡାକ୍ତର ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଓଡିଶା ପରିମଣ୍ଡଳ ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ୱାଇଁ, ପୁରୀ ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ରତନ ଜାନା, ଆପିଓଏସ୍‌‌ ପବନଜୋତ କୌର, ପୁରୀ ମଣ୍ଡଳ ଉପଅଧିକ୍ଷକ ଅଜୟ ସ୍ୱାଇଁ, ପିପିଲି ଡାକଘର ନିରୀକ୍ଷକ ଆଦିତ୍ୟ ଜେନା, ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ସରପଞ୍ଚ ବିଭୂତି ଭୂଷଣ ନାଥ, ସମିତି ସଭ୍ୟା ସସ୍ମିତା ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories