www.samajalive.in
Saturday, December 6, 2025
26.1 C
Bhubaneswar

ଆଜି କେନ୍ଦ୍ର ବଜେଟ

ନୂଆଦିଲ୍ଲୀ : ଶୁକ୍ରବାର କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ୍‍ ଉପସ୍ଥାପନ କରିବାକୁ ଯାଉଛନ୍ତି। ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‍ ଆଗତ କରିବେ। ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ସଂସଦରେ ତାଙ୍କର ବଜେଟ୍‌ ଭାଷଣ ରଖିବେ । ଦ୍ବିତୀୟବାର କ୍ଷମତାକୁ ଆସିବା ପରେ ମୋଦୀ ସରକାରଙ୍କର ଏହା ହେଉଛି ପ୍ରଥମ ବଜେଟ୍‌ । ତେବେ ଚଳିତବର୍ଷ ଦ୍ବିତୀୟ ଥର ପାଇଁ ମଧ୍ୟ ସଂସଦରେ ଏହି ବଜେଟ୍‌ ଉପସ୍ଥାପନ କରାଯିବ। ଦେଶରେ ସାଧାରଣ ନିର୍ବାଚନ ଥିବା ଦୃଷ୍ଟିରୁ ଫେବୃଆରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଥି​‌​‌ଲେ । ଅନ୍ୟପକ୍ଷରେ ଅନ୍ତରୀଣ ବଜେଟ୍‌କୁ ମିଶାଇଲେ ଏହା ହେଉଛି ଦେଶର ୮୯ତମ ବଜେଟ୍‌ ।

ସାଧାରଣତଃ କେନ୍ଦ୍ର ବଜେଟ୍‌ ଉପସ୍ଥାପନର ସମୟସୀମା ୯୦ରୁ ୧୨୦ ମିନିଟ୍‌ ମଧ୍ୟରେ ରହିଥାଏ । ଚଳିତଥର ବଜେଟ୍‌ରେ ମଧ୍ୟ ଏହି ସମାନ ଅବଧି ଆଶା କରାଯାଉଛି । ଅତିବେଶୀରେ ବଜେଟ୍‌ ଉପସ୍ଥାପନ ସମୟସୀମା ଦିନ ୧ ଟା ଯାଏ ରହିପାରେ । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ, ୨୦୧୬ ଯାଏ ଦେଶର ସାଧାରଣ ବ​‌ବ​‌ଜେଟ୍‌ ଫେବୃଆରୀ ମାସର ଶେ​‌ଷ ଦିବସରେ ଆଗତ କରାଯାଇଥାଏ । ୨୦୧୭ରେ ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ପ୍ରଥମ ଥର ପାଇଁ ଏହି ଧାରାକୁ ଭାଙ୍ଗି ଫେବୃଆରୀ ପହିଲାରେ ବଜେଟ୍‌ ଆଗତ କରିଥିଲେ । ସେହିବର୍ଷ ମଧ୍ୟ ସରକାର ଦୀର୍ଘ ୯୨ ବର୍ଷ ଧରି ପ୍ରଚଳିତ ପୃଥକ ରେଳ ବଜେଟ୍‌ ଉପସ୍ଥାପନ ଧାରାରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ । ତେଣୁ ଶୁକ୍ରବାର ସାଧାରଣ ବଜେଟ୍‌ ସହ ରେଳ ବଜେଟ୍‌ ଉପସ୍ଥାପନ କରାଯିବ ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories