www.samajalive.in
Sunday, December 14, 2025
23.1 C
Bhubaneswar

ଜଳବାୟୁ ସମ୍ମିଳନୀ: ବିଶ୍ୱ ତାପମାନ ବୃଦ୍ଧି ଯୋଗୁଁ କ୍ଷତିଗ୍ରସ୍ତ ଦେଶକୁ ସହାୟତା ନିଷ୍ପତ୍ତି

ଡେସ୍କ: ଇଜିପ୍ଟରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଗରିବ ଦେଶ ଗୁଡ଼ିକ ବିଶ୍ୱ ତାପମାନ ବୃଦ୍ଧି ଯୋଗୁଁ ସହୁଥିବା କ୍ଷତି ଭରଣା କରିବା ଲାଗି ନିଷ୍ପତ୍ତି ହୋଇଛି। ପ୍ରଥମଥର ପାଇଁ ଏ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ଜଳବାୟୁ ସମ୍ମିଳନୀର ପ୍ରଥମ ଦିନରେ ବିଭିନ୍ନ ଦେଶ ଗୁଡ଼ିକ ମଧ୍ୟରେ ଆଲୋଚନା କାଳରେ ଏକ ଆନ୍ତର୍ଜାତିକ କୌଶଳ ସୃଷ୍ଟି କରିବା ଲାଗି ସହମତି ପ୍ରକାଶ ପାଇଛି, ଯେଉଁଥିରେ ଜଳବାୟୁ ଜନିତ ବିପର୍ଯ୍ୟୟ ଲାଗି ଗରିବ ଦେଶଗୁଡ଼ିକୁ ସହାୟତା ଯୋଗାଇ ଦିଆଯାଇ ପାରିବ।

ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ସମ୍ମିଳନୀରେ ଭାରତୀୟ ପ୍ରତିନିଧି ଦଳର ପ୍ରତିନିଧିତ୍ୱ କରୁଛନ୍ତି। ସେ କହିଛନ୍ତି, ଏହା ଏକ ସମୟୋଚିତ ପଦକ୍ଷେପ। ସେ କହିଛନ୍ତି, ଗରିବ ଏବଂ ପୀଡିତ ଦେଶଗୁଡ଼ିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ ଏହା କାର୍ଯ୍ୟକାରୀ ହେବା ଆବଶ୍ୟକ। ଏଭଳି ପଦକ୍ଷେପକୁ ଭାରତ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେବ ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ଏଥିରେ ୫୦୦ ବର୍ଷ ମଧ୍ୟରେ ଚଳିତ ବର୍ଷ ୟୁରୋପରେ ଦେଖାଦେଇଥିବା ଦୁର୍ଭିକ୍ଷ, ପାକିସ୍ତାନରେ ଦେଖାଦେଇଥିବା ମହାବନ୍ୟା ଏବଂ ପୃଥିବୀର ଅନ୍ୟାନ୍ୟ ଭାଗରେ ଦେଖାଦେଇଥିବା ଅତ୍ୟଧିକ ତାପ ବୃଦ୍ଧି ପ୍ରମୁଖ ଆଲୋଚନାର ବିଷୟବସ୍ତୁ ରହିଥିଲା।

- Advertisement -

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories