www.samajalive.in
Thursday, December 11, 2025
15.1 C
Bhubaneswar

କରୋନା ମୁକାବିଲା : ଭାରତର ଉଦ୍ୟମକୁ ଜାତିସଂଘର ବିଭିନ୍ନ ସଂସ୍ଥାର ସମର୍ଥନ

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ମିଳିତ ଜାତିସଂଘର ଅନେକ ସଂସ୍ଥା ଏହାର ମୁକାବିଲା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ସାମାଜିକ-ଅର୍ଥନୈତି ପ୍ରୟାସକୁ ସମର୍ଥନ କରିଛନ୍ତି। ଇତିମଧ୍ୟରେ ଭାରତରେ କରୋନା ସଂକ୍ରମିତଙ୍କ ୪୪ ଲକ୍ଷ ଅତିକ୍ରମ କରିଛି।

ମିଳିତ ଜାତିସଂଘର ମହାସଚିବଙ୍କ ପ୍ରବକ୍ତା ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି, ଯେ ଭାରତରେ ମିଳିତ ଜାତିସଂଘର ଟିମର ନେତୃତ୍ୱ ନେଉଛନ୍ତି ଆବାସିକ ସଂଯୋଜକ ରେନାଟା ଡେସାଲିୟନ। ‘ହୁ’, ୟୁନିସେଫ, ୟୁଏନଡିପି ଏବଂ ଆଇଏଲଓ ‘ସରକାରଙ୍କ ନେତୃତ୍ବରେ ବିଶ୍ୱ ମହାମାରୀର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଏବଂ ସାମାଜିକ-ଅର୍ଥନୈତିକ ପଦକ୍ଷେପକୁ’ ସମର୍ଥନ କରିବାକୁ ଆଗେଇ ଆସିଥିଲେ ହେଁ ଏପର୍ଯ୍ୟନ୍ତ ୪୪ ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି।

- Advertisement -

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-‘ହୁ’  ୮୦ ଲକ୍ଷ ମାମଲାର ଟ୍ରାକିଂ କରିବାରେ ସାହାଯ୍ୟ କରିଥିବାବେଳେ ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ୍) ୨୨ ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ସଂକ୍ରମଣରୁ ସୁରକ୍ଷା ଏବଂ ନିୟନ୍ତ୍ରଣ ତଥା ଜୀବନ ରକ୍ଷାକାରୀ ସୂଚନା ସହିତ ପ୍ରଶିକ୍ଷଣ ଦେଇଛି ଓ ସେମାନେ ୬୫ କୋଟି ପିଲା ଏବଂ ପରିବାରରେ ପହଞ୍ଚିଛନ୍ତି।

ମିଳିତ ଜାତିସଂଘ ଟିମ୍ ବ୍ୟକ୍ତିଗତ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦେଇଛି। ଦୁଜାରିକ କହିଛନ୍ତି ଯେ ସବୁଠାରୁ ଅସୁରକ୍ଷିତ ଲୋକଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟରେ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଏକ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ତଥା ସୁରକ୍ଷା କିଟ୍ ଏବଂ ୪ ହଜାର ଟନ୍ ରାସନ ଏକ ଲକ୍ଷ ସଫେଇ କର୍ମଚାରୀଙ୍କ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିଛି।

ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (UNFPA) ୫,୩୦୦ ସଫେଇ କର୍ମଚାରୀଙ୍କୁ ନିରାପଦ ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରସଙ୍ଗରେ ତାଲିମ ଦେଇଛି। ଏହା ମଧ୍ୟ ଲକଡାଉନ୍ ସମୟରେ ଅସୁବିଧାରେ ଥିବା ମହିଳାମାନଙ୍କ ପାଇଁ ଏକ ହେଲ୍ପଲାଇନ ଡିରେକ୍ଟୋରୀ ବିକାଶ କରିବାରେ ସାହାଯ୍ୟ କରୁଛି ଏବଂ ପ୍ରଜନନ ଏବଂ ସେବା ଉପରେ ନିର୍ଦ୍ଦେଶାବଳୀକୁ ସମର୍ଥନ କରିଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories