www.samajalive.in
Thursday, December 11, 2025
16.1 C
Bhubaneswar

ଟେଷ୍ଟ ଦଳରୁ ଆହତ ଉମେଶ ବାଦ୍‌

ମୁମ୍ବଇ : ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଦଳରେ ବରିଷ୍ଠ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ସାମିଲ କରାଯାଇ ନାହିଁ। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିବାରୁ ଉମେଶଙ୍କୁ ଭାରତୀୟ ଟେଷ୍ଟ ଦଲରୁ ବାଦ୍‌ ଦିଆଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ଏଥିରେ କୌଣସି ସତ୍ୟତା ନ ଥିବା ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।
ଉମେଶଙ୍କୁ ବାଦ୍‌ ଦିଆଯାଇ ନାହିଁ, ତାଙ୍କ ଜଂଘ ମାଂସପେଶୀରେ ଆଘାତ ଲାଗିଥିବାରୁ ସେ ଟେଷ୍ଟ ଦଳରେ ସ୍ଥାନ ପାଇନଥିବା ବିସିସିଆଇ ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ଉମେଶ ଜାତୀୟ କ୍ରିକେଟ୍‌ ଏକାଡେମୀରେ ରହି ଶାରୀରିକ ସୁସ୍ଥତା ହାସଲ ପାଇଁ ଚେଷ୍ଟା ଚଳାଇଥିବା ଜଣାପଡ଼ିଛି। ସେହିପରି ଉମେଶ ଓ ପୂଜାରାଙ୍କ ପାଇଁ ଭାରତୀୟ ଟେଷ୍ଟ ଦଳର ଦ୍ବାର ବନ୍ଦ ​‌େ​ହାଇନଥିବା ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଯଦି ଏକାଥରକେ ସମସ୍ତ ବରିଷ୍ଠ କ୍ରିକେଟର୍‌ ଦଳ ଛାଡ଼ନ୍ତି ତେବେ ଦଳରେ​‌ ଅଭିଜ୍ଞତାର ଘୋର ଅଭାବ ପରିଲକ୍ଷିତ ହେବ ଏବଂ ତାହାର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି କୌଣସି ବରିଷ୍ଠ କ୍ରିକେଟର୍‌ଙ୍କ ନିମନ୍ତେ ଭାରତୀୟ ଟେଷ୍ଟ ଦଳର ଦ୍ବାର ବନ୍ଦ କରାଯାଇ ନାହିଁ ବୋଲି ବିସିସିଆଇ ସୂତ୍ରରୁ ସ୍ପଷ୍ଟ କରି ଦିଆଯାଇଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳରେ ବିସ୍ଫୋରକ ବ୍ୟାଟସମ୍ୟାନ୍‌ ରିଙ୍କୁ ସିଂହଙ୍କୁ ସାମିଲ କରାଯିବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି। ୨୦୨୩ ଆଇପିଏଲ୍‌ରେ କଲକାତା ନାଇଟ୍‌ ରାଇଡର୍ସ ତରଫରୁ ଖେଳି ରିଙ୍କୁ ସିଂହ ୧୪ଟି ମ୍ୟାଚ୍‌ରୁ ୪୭୪ ରନ୍‌ ସଂଗ୍ରହ କରିଥିଲେ। ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୪୯.୫୨ ରହିଥିଲା। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ବରିଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଟ୍ବେଣ୍ଟି୨୦ ଶୃଙ୍ଖଳା ନିମନ୍ତେ ମଧ୍ୟ ତାଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ଆଲୋଚନା ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories