www.samajalive.in
Monday, December 8, 2025
20.1 C
Bhubaneswar

୩୦ ଯାଏ ବଢ଼ିଲା +୨ ନାମଲେଖା ଆବେଦନ ଅବଧି

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧିକୁ ପୁଣିଥରେ ବଢ଼ାଇ ଦିଆଯାଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ପାଇଁ ସାମ୍ସ ଜରିଆରେ ଆବେଦନ କରିପାରିବେ। ପୂର୍ବରୁ ଗତ ୨୦ ତାରିଖରେ ଏହି ଅବଧିକୁ ୨୬ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୬ରେ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ମନୋନୀତ ଛାତ୍ରଛାତ୍ରୀ ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇବେ। ସେହିପରି ୨ୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୯ରେ ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ନାମଲେଖା ୨୦ରୁ ୨୨ ତାରିଖ ମଧ୍ୟରେ ହେବ। ସ୍ପଟ୍ ମେଧା ତାଲିକା ଜୁଲାଇ ୨୭ରେ ଆସିବ ଏବଂ ୨୯ରୁ ୩୧ ମଧ୍ୟରେ ନାମଲେଖା ପାଇଁ ଧାର୍ଯ୍ୟ କରାଯାଇଛି। ଏକାଦଶ ଶ୍ରେଣୀ ପାଠପଢ଼ା ଅଗଷ୍ଟ ୧ରୁ ଆରମ୍ଭ ହେବ।
ଅଦ୍ୟାବଧି ସାମ୍ସ ପୋର୍ଟାଲ ଜରିଆରେ ୪,୬୪,୧୫୧ ଆବେଦନକାରୀ +୨ ପାଠ୍ୟକ୍ରମ ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪,୫୯,୩୫୭ ଜଣ ସଞ୍ଚାର (ଅନଲାଇନ)ରେ ଦେୟ ପୈଠ କରିଛନ୍ତି। ଚଳିତବର୍ଷ ଯୁକ୍ତଦୁଇ ଆସନ ସଂଖ୍ୟା ବୃଦ୍ଧି କରାଯାଇଛି। ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଥର ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ। ରାଜ୍ୟର ମୋଟ୍ ୨୧୪୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫ ଲକ୍ଷ ୨୫ ହଜାର ୭୦ ଆସନ ରହିଛି। ଅନ୍ୟପକ୍ଷରେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଟ୍ରାନ୍ସଫର ନାମଲେଖା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୮ରେ ଟ୍ରାନ୍ସଫର ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ। ଜୁଲାଇ ୭ ସୁଦ୍ଧା ଆବେଦନ କରାଯାଇପାରିବ। ଜୁନ୍ ୨୯ରୁ ଜୁଲାଇ ୯ ମଧ୍ୟରେ ଜିଲା ନୋଡାଲ ସାମ୍ଦ ରିସୋର୍ସ ସେଣ୍ଟରରେ ନଥି (ଡକ୍ୟୁମେଣ୍ଟ) ଯାଞ୍ଚ କରାଯିବ। ଜୁଲାଇ ୧୦ରୁ ୨୦ ମଧ୍ୟରେ ଆବେଦନର ସମୀକ୍ଷା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ‌େ‌ର ମଞ୍ଜୁରି ମିଳିବ। ଜୁଲାଇ ୧୧ରୁ ୨୨ ମଧ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଯିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories