www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ସମୟରେ ଉଚ୍ଛେଦ ପ୍ରକ୍ରିୟା 

ବଲାଙ୍ଗିର: ବଲାଙ୍ଗିର ସହର ଭିତରେ ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ଗତ କିଛି ଦିନ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଅରମ୍ଭ ହୋଇଥିଲା। ଡ୍ରେନଗୁଡିକ ପୁରୁଣା ଓ କମ ଇଚ୍ଚତାର ହୋଇଥିବାରୁ ଏହି ଡ୍ରେନମାନଙ୍କର ନବୀକରଣ କରିବା ନିହାତି ଆବଶ୍ୟକ ହୋଇଥିଲା। ଗତ ଅଗଷ୍ଟ ମାସରେ ହୋଇଥିବା ବନ୍ୟା ପରେ ସହରରେ ଥିବା ଡ୍ରେନଗୁଡିକରେ କରାଯାଇଥିବା ଜବରଦଖଲକୁ ହଟାଇବା ପାଇଁ ଉଦ୍ୟମ କରାଯାଇଥିଲା।ସାଧାରଣରେ କରୋନା ସମୟରେ ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଆଉ କିଛି ଏହାକୁ ପ୍ରଶଂସା ମଧ୍ୟ କରୁଛନ୍ତି।

ତେବେ ପ୍ରଶାସନ ଏହାକୁ ଭିନ୍ନ ଲକ୍ଷ୍ୟ ନେଇ ପରିଚାଳିତ କରୁଥିବା ଜଣାପଡିଛି। ପଡିରହିଥିବା ଟଙ୍କା ଖର୍ଚ୍ଚ ନହେଲେ ରାଜ୍ୟ ସରକାର ଫେରାଇ ନେବାର ସମ୍ଭାବନା ଥିବାରୁ ଯଥାଶୀଘ୍ର କାମ ସଂପୂର୍ଣ୍ଣ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

- Advertisement -

ସହରରେ ଦିନକୁ ଦିନ ବଢିବାରେ ଲାଗିଥିଲା ଜବରଦଖଲ ସମସ୍ୟା। ଯାହାର ପ୍ରଭାବରେ ସହରରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ସେହିପରି ଜବରଦଖଲକାରୀମାନେ ଡ୍ରେନକୁ ବି ଛାଡିନଥିଲେ। ଡ୍ରେନ ଉପରେ ଘର, ଦୋକାନ କରି ବସିଥିଲେ। ପରିଣାମ ସ୍ୱରୂପ ସାମାନ୍ୟ ବର୍ଷାରେ ପାଣି ରାସ୍ତା ଉପରେ ବହୁଥିଲା। ବହୁ ଦିନରୁ ଲାଗିରହିଥିବା ଏହି ସମସ୍ୟାର ସମାଧାନ ପାଇଁ ମାଷ୍ଟରପ୍ଲାନ ତିଆରି ହୋଇଥିଲା। କରୋନା ପୂର୍ବରୁ ସହରରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଉଚ୍ଛେଦ କରାଯାଇଥିଲା। କରୋନା ଯୋଗୁ କିଛି ମାସ ଏହା ବନ୍ଦ ରହିଥିବା ବେଳେ କିଛି ଦିନ ପରେ ପୁଣି ଏହା ଆରମ୍ଭ ହୋଇଛି। ଏହାକୁ ନେଇ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅସନ୍ତୁଷ୍ଟ ହେବା ମଧ୍ୟ ସ୍ୱାଭାବିକ କିନ୍ତୁ ଭିନ୍ନ ଏକ ବିଷୟ ଉପରେ ନଜର ପକାଇଲେ ଏହା କେତେ ଆବଶ୍ୟକ ତାହା ଜଣାପଡେ।

ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ରାସ୍ତା, ଡ୍ରେନ ସହ ଅନ୍ୟ କାମ ପାଇଁ ସରକାର ଅନୁଦାନ ଦେଇସାରିଛନ୍ତି। ଯାହାକିଛି କାମ ହୋଇଛି ସେଥିରେ କିଛି ପରିମାଣର ଅନୁଦାନ ଖର୍ଚ୍ଚ ହୋଇସାରିଛି। ବଳକା ଥିବା ଟଙ୍କା ଖର୍ଚ୍ଚ କରିବା ନିହାତି ଆବଶ୍ୟକ ରହିଛି। ତେବେ ଯଦି ଏହି ଟଙ୍କା ଖର୍ଚ୍ଚ ନହୋଇ ପଡିରହେ ତେବେ ତାହା ଫେରିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସେମିତିରେ କରୋନା ଯୋଗୁ ସରକାରଙ୍କ ରାଜକୋଷ ଖାଲି ହୋଇସାରିଥିବା ବେଳେ ଏହି ଟଙ୍କା ଫେରିଗଲେ ଆଉ ପାଇବା ମୁସ୍କିଲ। ସେଥିପାଇଁ ଖର୍ଚ୍ଚ କରାଯିବା ନିହାତି ଜରୁରୀ ହୋଇପଡିଛି। ବିପର୍ୟ୍ୟସ୍ତ ଅର୍ଥନୀତି ଯୋଗୁ ଆଗକୁ ୨ ବର୍ଷ ପୁଣି ନୂଆ ଅନୁଦାନ ଆସିବାର ମଧ୍ୟ ସମ୍ଭାବନା କମ ରହିଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ତେବେ ଅନେକ ଜବରଦଖଲ ଉଚ୍ଛେଦ ସରିଥିବା ବେଳେ ଯଦି ଟଙ୍କା ଫେରିଯାଏ ତେବେ ସବୁ କାମ ପଡିରହିବ ତେଣୁ ଜିଲା ପ୍ରଶାସନ ଯୁଦ୍ଧକାଳିନ ଭିତ୍ତିରେ ଉଚ୍ଛେଦ କାମ ଚଳାଇଥିବା ସ୍ପଷ୍ଟ ହୋଇଛି। ତେବେ ଏନେଇ ଉପଜିଲାପାଳ ସଞ୍ଜୟ ମିଶ୍ରଙ୍କ କହିବା ଅନୁସାରେ ନିହାତି ଭାବେ କାମ ନ ହୋଇ ଟଙ୍କା ପଡିରହିଲେ ସରକାର ଫେରାଇନେବେ ତାକୁ ଧ୍ୟାନରେ ରଖି ସମୟସୀମା ଭିତରେ କାମ ସାରିବାକୁ ପଡିବ। ରାସ୍ତା ଓ ଡ୍ରେନ କରିବା ପାଇଁ ଉଚ୍ଛେଦ ଆବଶ୍ୟକ ଥିବାରୁ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ କରାଯାଇଥିବା ସେ କହିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories