www.samajalive.in
Saturday, December 6, 2025
23.1 C
Bhubaneswar

ଏହି ଔଷଧରେ କରୋନା ରୋଗୀ ଗମ୍ଭୀର ହେବାର ଆଶଙ୍କା ୭୯%କମ

ବ୍ରିଟେନ : କରୋନା ଭ୍ୟାକ୍ସିନ ପ୍ରସ୍ତୁତ ହେବାକୁ ଜୋରସୋରରେ କାମ ଚାଲିଛି। ବିଶ୍ୱରେ ବିଭିନ୍ନ ଦେଶରେ ଏହି ମହାମାରୀ ନିଜର କାୟା ବିସ୍ତାର କରିଛି। କରୋନା ପାଇଁ ଏକ ସ୍ୱତନ୍ତ୍ର ଔଷଧ ନବାହାରିଥିବାରୁ ଏଥିରୁ ମୁକ୍ତି ପାଇଁ ଆବଶ୍ୟକ ଅନୁଯାୟୀ ଔଷଧର ବ୍ୟବହାର ହେଉଛି। ଏକ ସୂଚନା ଅନୁଯାୟୀ ବ୍ରିଟେନର ଏକ କମ୍ପାନୀ ସିନର୍ଜିନରେ (Synairgen) ପ୍ରସ୍ତୁତ ଏକ ଔଷଧର ବ୍ୟବହାରରେ କରୋନା ରୋଗୀଙ୍କୁ ଚିକିତ୍ସା ହୋଇ ପାରୁଛି ବୋଲି ଜଣାପଡ଼ିଛି। କମ୍ପାନୀ ଅନୁଯାୟୀ ତାଙ୍କ ଔଷଧ ଦ୍ୱାରା କରୋନା ରୋଗୀଙ୍କୁ ଗମ୍ଭୀର ହେବାର ବିପଦ ୭୯% ଯାଏଁ କମି ଯାଉଛି।
ଏହି ଔଷଧର ନାମ (SNG001 ) । ଏହା ଇଣ୍ଟରଫେରୋନ ବିଟା ପ୍ରୋଟିନ ଉପରେ ଆଧାରିତ। ଏହି ପ୍ରୋଟିନକୁ ଭାଇରାଲ ସଂକ୍ରମଣ ହେବା ଦ୍ୱାରା ଶରୀର ଉତ୍ପନ କରିଥାଏ। ବ୍ରିଟେନର ଔଷଧ କମ୍ପାନୀ ସିନର୍ଜିନ ଦାବି ଅନୁଯାୟୀ ଏହି ଔଷଧର ବ୍ୟବହାର ଦ୍ୱାରା କରୋନା ରୋଗୀଙ୍କୁ ଖୁବ ଲାଭ ହେଉଛି। ଏହି ଔଷଧ ମଧ୍ୟରେ ଆଣ୍ଟିଭାଇରାଲ ପ୍ରୋଟିନ ରହିଛି।ଏହି ଔଷଧର ବ୍ୟବହାରରେ କରୋନା ସଂକ୍ରମିତ ଗମ୍ଭୀର ହେବାର ଆଶଙ୍କା କମ ରହିବା ସହ , ଯେଉଁ କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯାଉଛି ସେ ଏକ ସପ୍ତାହ ମଧ୍ୟରେ ଭଲ ହୋଇ ଯାଉଛନ୍ତି।
ଏହାମଧ୍ୟ ଦାବି ହେଉଛି ଏହି ଔଷଧର ବ୍ୟବହାରରେ କରୋନା ରୋଗୀଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କମ କଷ୍ଟ ଅନୁଭବ ହେଉଛି। ଏହାସହ କରୋନା ରୋଗୀଙ୍କୁ ଆଇସିୟୁର ଆବଶ୍ୟକତା ମଧ୍ୟ କମ ପଡ଼ୁଛି।
ରିପୋର୍ଟ ଅନୁଯାୟୀ, ୩୦ ମାର୍ଚ୍ଚରୁ ୨୭ ମଇ ମଧ୍ୟରେ ବ୍ରିଟେନର ୯ଟି ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତି ହୋଇଥିବା ୧୦୧ କରୋନା ସଂକ୍ରମିତଙ୍କୁ ଏହି ଔଷଧ ଦିଆଯାଇଛି। ଏହାର ସୁପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି।ହସ୍ପିଟାଲରେ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories