www.samajalive.in
Wednesday, November 19, 2025
29.1 C
Bhubaneswar

ବାଇକ ସହ ମୋପେଡ ଧକ୍କା, ମହିଳା ଗୁରୁତର 

ପାଟଣା : ପାଟଣା ଥାନା ଅନ୍ତର୍ଗତ ଢେଙ୍କିକୋଟ-ପାଟଣା ୨୨୦ନଂ ଜାତୀୟ ରାଜପଥର କାଶିଆ ନିକଟରେ ଏକ ମୋପେଡ୍ ସହ ବାଇକ ଧକ୍କାରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ସୂଚନାରୁ ପ୍ରକାଶ ଗୁଳୁଦିପଶି ଗ୍ରାମ ବାବୁରାମ ପଇଦା ,ସ୍ତ୍ରୀ ଡଲି ପଇଦା ଦୁହେଁ ମିଶି ଘଟଗାଁ କୋଳିପଶି ନିଜ ଭଉଣୀ ଘରକୁ ଯାଉଥିବାବେଳେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ ସହ କାଶିଆ ନିକଟରେ ବାଇକ ସହ ମୋପେଡର ଧକ୍କା ହୋଇଥିଲା । ଫଳରେ ମୋପେଡରୁ ସ୍ୱାମୀ, ସ୍ତ୍ରୀ ଛିଟକି ପଡ଼ିଥିଲେ । ସ୍ଥାନୀୟ ଏହା ଦେଖି ସଙ୍ଗେ ସଙ୍ଗେ ଦୁହିଁଙ୍କୁ ଉଦ୍ଧାର କରି ରୋଗୀଯାନ ଯୋଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସାରେ ସ୍ୱାମୀ ବାବୁରାମ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ତ୍ରୀ ଡ଼ଲିଙ୍କ ମୁହଁ, କାନ, ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି।

 

Hot this week

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

Related Articles

Popular Categories