ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରର ପାଚେରୀ ଡେଇଁ ଦୁଇ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଦୁଇ ବନ୍ଦୀଙ୍କ ମଧ୍ୟରୁ ଜଣେ ନୂଆପଡାର ହୋଇଥିବାବେଳେ ଅନ୍ୟଜଣେ ଧର୍ମଗଡର ବୋଲି ଜଣାପଡିଛି। କଏଦୀଙ୍କ ନାମ ସିକନ୍ଦର ଜାଲ ଏବଂ ନୀଳମଣି ବିଭାର। ଦୁଇ ଜଣ ଯାକ ପୋସ୍କୋ ଆକ୍ଟ ରେ ବିଚାରାଧୀନ କଏଦୀ ଭାବେ କାରାଗାର ରେ ଥିଲେ। ଆଜି ସକାଳୁ ବଗିଚା କାମ କରୁଥିବାବେଳେ ପାଚେରୀ ଦେଇ ଚମ୍ପଟ ମାରିଥିବା ଜିଲ୍ଲା କାରାଗାର ପକ୍ଷରୁ ଟାଉନ ଥାନା ରେ ସୂଚନା ଦିଆଯାଇଛି।
Popular Categories



