www.samajalive.in
Saturday, December 13, 2025
21.1 C
Bhubaneswar

ଦୁଇଟି ବେଆଇନ ମାଙ୍କଡାପଥର ବୋଝେଇ ଟ୍ରକ ଜବତ

ଆଠଗଡ- ଆଠଗଡ ତହସିଲ ପକ୍ଷରୁ କନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ନଣ୍ଡାଇଲୋ ରାସ୍ତାରେ ଚୋରା ଚାଲାଣ ବେଳେ ୨ଟି ମାଙ୍କଡା ପଥର ବୋଝେଇ ଟ୍ରକ୍‍ ଜବତ କରାଯାଇଛି । ରାଜସ୍ୱ ନିରୀକ୍ଷକ ସୁଚନ୍ଦ୍ର ମହାନ୍ତି ଓ ଅମୀନ ପବିତ୍ର ପ୍ରଧାନ ଅନ୍ୟ କାମରେ ସେହି ରାସ୍ତାରେ ଯାଉଥିବାବେଳେ ପଥର ବୋଝେଇ ଟ୍ରକ୍‍ ଦୁଇଟିକୁ ଅଟକାଇ ଯାଞ୍ଚ କରିବା ସମୟରେ କୌଣସି ଅନୁମତିପତ୍ର ନଥିବା ଦେଖିଥିଲେ ।

ସେମାନଙ୍କଠାରୁ ସୂଚନା ପାଇ ଅତିରିକ୍ତ ତହସିଲଦାର ସମରେନ୍ଦ୍ର ଭଟ୍ଟ ଓ ଅନ୍ୟତମ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଦୁଇଟିକୁ ଜବତ କରିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଆସୁଥିବା ଅନ୍ୟ ଏକ ପଥର ବୋଝେଇ ଟ୍ରକ ତହସିଲ କର୍ମଚାରୀଙ୍କୁ ଦେଖି ନିକଟବର୍ତ୍ତୀ ଜଙ୍ଗଲରେ ଗାଡି ପୁରାଇ ଦେଇ ଡ୍ରାଇଭର ସେଠାରୁ ଚମ୍ପଟ ମାରିଥିଲେ । ଉକ୍ତ ଟ୍ରକର ୨ଟି ଚକ ପମ୍ପଚର ହୋଇଯାଇଥିବାରୁ ତାକୁ ଜଙ୍ଗଲ ମଧ୍ୟରେ ଛାଡି ତହସିଲ ଅଧିକାରୀ ଓ କର୍ମଚାରୀ ପଳାଇ ଆସିଥିଲେ । ଆସନ୍ତାକାଲି ଟ୍ରକ ମାଲିକଙ୍କଠାରୁ ସରକାରୀ ନିୟମାନୁଯାୟୀ ଜୋରିମନା ଆଦାୟ କରାଯିବ ବୋଲି ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁଙ୍କ ସୁତ୍ରରୁ ପ୍ରକାଶ ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories