ବ୍ରଜରାଜନଗର: ବ୍ରଜରାଜନଗର ପୌରାଞ୍ଚଳ ମଣ୍ଡଳିଆ ୱାର୍ଡ ନମ୍ବର-୦୧ ଫୋରପିଟ ଅଞ୍ଚଳରୁ ଦୁଇଟି ଅଜଗର ସାପ ଉଦ୍ଧାର ହୋଇଛି। ଶନିବାର ଏହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘର ପଛ ପଟେ ୨ଟି ଅଜଗର ସାପ ଥିବା ନେଇ ସାପ ଧରାଳି ଶ୍ରୀରାମ ଗଡ଼ନାୟକଙ୍କୁ ଖବର ଦେଇଥିଲେ। ଶ୍ରୀରାମ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଯାକ ସାପକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଗୋଟିଏ ଅଜଗର ୮ ଫୁଟ ଲମ୍ବ ଓ ୧୨ କେଜି ଏବଂ ଅନ୍ୟଟି ୭ ଫୁଟ ଲମ୍ବ ଓ ୬ କେଜି ଓଜନ ରହିଛି। ରବିବାର ସକାଳୁ ବନବିଭାଗକୁ ଜଣାଇବା ପରେ ପ୍ରଭୁଜିତ ବାରିକ ଓ ଯୋଗେଶ୍ୱର ଦେହୁରୀଙ୍କ ସହଯୋଗରେ ଦୁଇଟି ଯାକ ସାପକୁ ଆମ୍ବଦରହ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି।
Popular Categories



