ଦୁଇ ଓଡ଼ିଆ ଗାଳ୍ପିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍‌‌ ଏବଂ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଏଥର ଦୁଇ ଓଡ଼ିଆ ଗାଳ୍ପିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଚୟନ କରାଯାଇଛି। ସେମାନେ ହେଲେ ସଞ୍ଜୟ ପଣ୍ଡା ଏବଂ ମାନସ ରଞ୍ଜନ ସାମଲ।

ସଞ୍ଜୟ ପଣ୍ଡାଙ୍କୁ ଗଳ୍ପ ପୁସ୍ତକ ‘ହୁ ବାଇଆ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରଦାନ କରାଯିବ। ସେହିପରି ମାନସ ରଞ୍ଜନ ସାମଲଙ୍କୁ ବାଲ୍‌‌ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ। ଗଳ୍ପ ପୁସ୍ତକ ‘ଗପ କଳିକା’ ପାଇଁ ମାନସଙ୍କ୍‌‌ୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

Comments are closed.