www.samajalive.in
Monday, December 8, 2025
13.1 C
Bhubaneswar

୨ ଆତଙ୍କୀଙ୍କ ଆତ୍ମସମର୍ପଣ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ​‌ଶୋପିଆନ୍‌ରେ ଏକ ତଲାସୀ ଅଭିଯାନ ସମୟରେ ଲସ୍କର-ଏ-ତୈବାର ଦୁଇ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି। ସୁରକ୍ଷା ବାହିନୀ ଉଭୟଙ୍କୁ ଗିରଫ କରିବାସହ ତାଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।

ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ସୁରକ୍ଷା ବାହିନୀ ବସ୍କୁଚନରେ ଏକ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ନିକଟସ୍ଥ ଏକ ବଗିଚାରେ ଆତଙ୍କବାଦୀ ଗତିବିଧି ପରିଲକ୍ଷିତ ହୋଇଥିଲା। ଅଭିଯାନ ସମୟରେ ଦୁଇ ଲସ୍କର ଆତଙ୍କୀ ଇରଫାନ ବଶୀର ଏବଂ ଉଜୈର ସଲାମ ଆତ୍ମସମର୍ପଣ କରିଥିଲେ। ସେମାନଙ୍କଠାରୁ ଦୁଇଟି ଏକେ-୫୬ ରାଇଫଲ୍, ଚାରୋଟି ମାଗାଜିନ୍, ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍, ଦୁଇଟି ପାଉଚ୍ ଇତ୍ୟାଦି ଜବତ କରାଯାଇଛି।

- Advertisement -

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories