www.samajalive.in
Wednesday, December 10, 2025
16.1 C
Bhubaneswar

ଭାରତୀୟ ସଂହତିରେ ଓଡ଼ିଶା ହେଉଛି ପ୍ରକୃଷ୍ଟ ଉଦାହରଣ ଯେଉଁଠି ଜାତୀୟ ପ୍ରୀତି ଓ ଆତ୍ମୀୟତାର ସମନ୍ୱୟ ଘଟିଛି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିଜ୍(ଆଇଏମଏସ)ର ମିଳିତ ସହଯୋଗରେ ଜାତୀୟ ସଂହତି ଓ ସଂସ୍କୃତି ପର୍ବ ‘ଉତ୍ସବ ଓଡ଼ିଶା’  ଆଜି ବାଣୀ ବିହାର ଏମକେସିଜି ଅଡିଟୋରିଅମ ପରିସରରେ ଉଦଘାଟିତ ହୋଇଯାଇଅଛି।

- Advertisement -

ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଲେଖକ ତଥା ପୂର୍ବତନ ପ୍ରଶାସକ ହରପ୍ରସାଦ ଦାସ ମାତୃଭାଷାର ବ୍ୟବହାର ଓ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ। ଆନ୍ତର୍ଜାତିକ ଭାଷା ଭାବରେ ଓଡ଼ିଆ ଭାଷା ୧୮ତମ ସ୍ଥାନ ଅଧିକାର କରିଛି। କିନ୍ତୁ ଏହାକୁ ବିଶ୍ୱ ଭାଷା ଭାବରେ ବ୍ୟବହାର କାରିବା ଏବଂ ଚିହ୍ନିତ କରିବାରେ ଆମେ ବିଫଳ ହୋଇଛୁ। ଜଣେ ନିଜ ଭାଷାର ଅବସ୍ଥା ବିଷୟରେ ଅବଗତ ହେବା ସହ ସେହି ଅନୁଯାୟୀ ନୀତି ପ୍ରସ୍ତୁତ କରିବା ଆବଶ୍ୟକ। ଭାରତୀୟ ସଂହତିରେ ଓଡ଼ିଶା ହେଉଛି ପ୍ରକୃଷ୍ଟ ଉଦାହରଣ ଯେଉଁଠି ଜାତୀୟ ପ୍ରୀତି ଓ ଆତ୍ମୀୟତାର ସମନ୍ୱୟ ଘଟିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ସଂସ୍କୃତି ବିଭାଗର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଭାଷା ହେଉଛି ସଂସ୍କୃତିର ଏକ ବାହକ। ଉତ୍ସବ ଓଡ଼ିଶା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସମ୍ଭବ ହେବ।

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ  ଅଧ୍ୟକ୍ଷତା କରି କହିଥିଲେ ଯେ ଓଡ଼ିଶାର ଗୌରବମୟ ଇତିହାସରେ ମାତୃଭାଷାକୁ ଗୁରୁତ୍ବ ଦିଆଯାଇଛି। ମାତୃଭାଷାରେ ଶିକ୍ଷା ପ୍ରଦାନ  ଏବଂ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ବିଶ୍ୱବିଦ୍ୟାଳୟମାନଙ୍କର ଗୁରୁଦାୟିତ୍ୱ ରହିଛି। ଓଡିଶା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସାଂସ୍କୃତିକ6ଐତିହ୍ୟର ଭଣ୍ଡାର ଅଟେ।  ରାଜ୍ୟରେ ଏକ ସମୃଦ୍ଧ କଳା ଐତିହ୍ୟ ରହିଛି, ଯାହା ଭାରତୀୟ କଳା ଏବଂ ସ୍ଥାପତ୍ୟର କେତେକ ଉତ୍ତମ ଉଦାହରଣ ସୃଷ୍ଟି କରିଛି। ଏହା ବ୍ୟତୀତ ଆଦିବାସୀ ସଂସ୍କୃତି ଓଡିଶାର ରଙ୍ଗୀନ ସ୍ପେକ୍ଟ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ଗଠିତ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଭାରତୀୟ ଭାଷା ସମିତିର ବରିଷ୍ଠ ଉପଦେଷ୍ଟା ନିଶାମଣି କର ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶ୍ୱର ବିଭିନ୍ନ ସଭ୍ୟତା ଠାରୁ ଭାରତର ସଭ୍ୟତା ଭିନ୍ନ ଓ ଅନନ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଭାରତରେ ଜୀବନର ଅଧ୍ୟାତ୍ମିକତାରେ ବେଦ, ପୁରାଣ ଓ ଉପନିଷଦର ମୌଳିକ ତତ୍ୱଗୁଡିକ ପରିଲଖିତ ହୋଇଥାଏ। ଠିକ୍ ସେହିପରି ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବିଶ୍ୱ ଭାତୃତ୍ୱଭାବ ସୃଷ୍ଟି କରିବା ସହ ବିଶ୍ୱକୁ ଗୋଟିଏ ପରିବାରେ ବାନ୍ଧିରଖିବାର କଥା କହେ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟତମ ବକ୍ତା ଭାବେ ଯୋଗଦେଇ ସାଧାରଣ ଉଦ୍ୟୋଗ ବିଭାଗର ସ୍ୱତନ୍ତ୍ର ସଚିବ ନିହାର ରଞ୍ଜନ ଦାସ ମାଟି, ମା ଓ ମାତୃଭାଷା ପ୍ରତି ପ୍ରତିବଦ୍ଧତା ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ସେ ରବିନ୍ଦ୍ରନାଥ ଟାଗୋରଙ୍କର ଏକ ଲେଖାକୁ ମନେ ପକାଇ କହିଥିଲେ ଯେ ଜଣେ ନିଜ ମାତୃଭାଷା ମାଧ୍ୟମରେ ନିଜକୁ ସଂପୂର୍ଣ୍ଣ ଭାବରେ ପ୍ରକାଶ କରିପାରିବ।

‘ଉତ୍ସବ ଓଡ଼ିଶା’ ଆବାହକ ତଥା ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିଜ୍‌(ଆଇଏମଏସ)ର ନିର୍ଦେଶକ ଉପେନ୍ଦ୍ର ପାଢ଼ୀ  ସ୍ବାଗତ ଭାଷଣ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ନିର୍ଦେଶିକା ପ୍ରଫେସର ମିତାଲି ଚିନ୍ନାରା ଅତିଥି ପରିଚୟ ପ୍ରଦାନ କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ପ୍ରଥମ ବୈଷୟିକ ଅଧିବେଶନରେ ଯୋଗ ଦେଇ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଚେୟାରପର୍ସନ ପ୍ରଫେର ନବନୀତା ରଥ ଏବଂ ଲେଖକ ତଥା ଶିକ୍ଷାବିତ୍ ନିରଞ୍ଜନ ପାଢ଼ୀ ପ୍ରମୁଖ ‘ଜାତୀୟ ସଂହତିରେ ଜାତୀୟ ଶିକ୍ଷାନୀତି ର ଭୂମିକା’  ସମ୍ପର୍କରେ ଆଲୋଚନା କରିଥିଲେ।

ଉତ୍ସବର ଦ୍ୱିତୀୟ ଦିବସରେ ବିଶିଷ୍ଟ କଥାକାର ଦାଶ ବେନେହୁର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ୱାଇଁ, ସାଧାରଣ ଉଦ୍ୟୋଗ ବିଭାଗର ସ୍ୱତନ୍ତ୍ର ସଚିବ ନିହାର ରଞ୍ଜନ ଦାସ, ସାମ୍ବାଦିକ ଓ ଲେଖକ କେଦାର ମିଶ୍ର ଏବଂ ପ୍ରଖ୍ୟାତ ଲେଖିକା ଶୁଭଶ୍ରୀ ଲେଙ୍କା ପ୍ରମୁଖ ‘ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପୁନଃଜାଗରଣ’ ଶୀର୍ଷକରେ ଆଲୋଚନା କରିବେ।

ଉଦଯାପନୀ ଉତ୍ସବରେ ଲେଖକ ଓ ଶିକ୍ଷାବିତ୍ ସାନ୍ତନୁ ଆଚାର୍ଯ୍ୟ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ସଞ୍ଜୟ ଶତପଥୀ, ଜଣାଶୁଣା ସମାଜସେବୀ ଜଗଦାନନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. କାହ୍ନୁ ଚରଣ ଧୀର, ଏବଂ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories