www.samajalive.in
Thursday, December 11, 2025
18.1 C
Bhubaneswar

ଜଳ ଗୁଣବତ୍ତା ପରିକ୍ଷଣ ଓ ପରିମଲ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର

ଦେଓଗାଁ: ଜଳ ଗୁଣବତ୍ତା ପରିକ୍ଷଣ ଓ ପରିମଳ ସର୍ବେକ୍ଷଣ ନେଇ ଦେଓଗାଁ ବ୍ଳକ ସଭା ଗୃହରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସହକାରୀ ଯନ୍ତ୍ରୀ ବନିତା ବେହେରା ସଂଯୋଜନା କରିଥିବା ବେଳେ ଦେଓଗାଁ ବିଡ଼ିଓ କ୍ଷମାନିଧୀ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସେହିପରି କନିଷ୍ଠ ଯନ୍ତ୍ରୀ ବିଶ୍ବଜିତ ଜେନା, ଜିଲା ଲେବ କେମିଷ୍ଠ ମୋନାଲିସା କର୍ଣ୍ଣ ଯୋଗଦେଇ ବୈଠକରେ ଉପସ୍ଥିତି ଥିବା ଦେଓଗାଁ ବ୍ଳକର ସମସ୍ତ ଏମବିକେ, ଜଳ ପରୀକ୍ଷଣ ଓ ପରିମଳ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠିମାନଙ୍କ ଦ୍ବାରା ଜଳ ଗୁଣବତ୍ତା ପରୀକ୍ଷା ଏବଂ ତଦାରଖ କରିବାକୁ ଆହ୍ବାନ କରିଥିଲେ। ସେହିପରି ପ୍ରଶିକ୍ଷଣରେ ଜଳର ଗୁଣାବତ୍ତା ଉପରେ ମତ ପ୍ରଦାନ କରି ବର୍ଷକୁ ନିଶ୍ଚିତ ଭାବେ ଥରେ ଜଳର ରାସାୟନିକ ପରୀକ୍ଷା ଓ ଦୁଇଥର ଜୀବାଣୁ ପରୀକ୍ଷା କରିବା ଉଚିତ ବୋଲି କହିଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories