ସମାଜ ନ୍ୟୁଜ ଡେସ୍କ- ଗଜପତି ଜିଲ୍ଲା କାଶୀନଗର ପୋଲିସ୍ କୁ ଏକ ବଡ ସଫଳତା । ବିଳମ୍ବିତ ରାତ୍ରିରେ କାଶୀନଗର ସ୍ଥିତ ଦମୟନ୍ତୀ ନିରଞ୍ଜନ ନିବାସ ଲଜ ବିଶ୍ୱସ୍ଥ ସୃତ୍ରରୁ ପୋଲିସ ସୂଚନା ପାଇ ଚଢାଉ କରିଥିଲା । ଚଢାଉ ବେଳେ ଦୁଇ ଦେହଜୀବୀ ଙ୍କ ସହ ଜଣେ ଗ୍ରାହକ ପୋଲିସ ହାତରେ ଧରାପଡିଥିଲା । ସେଠାରୁ କିଛି ଆପତ୍ତିଜନକ ସାମଗ୍ରୀ ସମେତ ମଦ ଜବତ ହୋଇଥିଲା । ଉକ୍ତ ଘଟଣାକୁ ନେଇ ପୋଲିସ୍ ଘରମାଲିକ ଦିନେଶ କୁମାର ନାୟକ ଓ ଗ୍ରାହକ ଚିରୁପ ବାସୁକୁ ଗିରଫ କରି କୋର୍ଟଚାଲାଣ କରିଛି ।

ସେପଟେ ଉଭୟ ଦେହଜୀଵୀ ଙ୍କ ମଧ୍ୟରୁ ଜଣେ କାଶୀନଗରର ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦ୍ରାପଡା ଜିଲ୍ଲାର ବୋଲି ପୋଲିସ ସୃତ୍ରରୁ ସୂଚନା ହସ୍ତଗତ ହୋଇଛି । ତେବେ ଉଭୟ ପିଡିତାଙ୍କୁ ତାଙ୍କ ପରିବାରବର୍ଗଙ୍କୁ ହସ୍ଥାନ୍ତର କରିଛି ପୋଲିସ । ଏହି ଘଟଣାକୁ ନେଇ କାଶୀନଗର ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । କାଶୀନଗର ଭଳି ଏକ ଛୋଟ ସହରରେ ହାତଗଣତି ଲଜ ଥିବା ବେଳେ କିଭଳି ଭାବରେ ଅନୈତିକ କାର୍ଯ୍ୟ ହେଉଥିଲା ତାହା ଏବେ ପ୍ରଶ୍ନବାଚୀ ।



