www.samajalive.in
Friday, December 5, 2025
20.1 C
Bhubaneswar

କାଶୀନଗର ପୁଲିସକୁ ବଡ ସଫଳତା, ସେକ୍ସ ରକେଟ ଠାବ, ଦୁଇ ଗିରଫ

ସମାଜ ନ୍ୟୁଜ ଡେସ୍କ- ଗଜପତି ଜିଲ୍ଲା କାଶୀନଗର ପୋଲିସ୍ କୁ ଏକ ବଡ ସଫଳତା । ବିଳମ୍ବିତ ରାତ୍ରିରେ କାଶୀନଗର ସ୍ଥିତ ଦମୟନ୍ତୀ ନିରଞ୍ଜନ ନିବାସ ଲଜ ବିଶ୍ୱସ୍ଥ ସୃତ୍ରରୁ ପୋଲିସ ସୂଚନା ପାଇ ଚଢାଉ କରିଥିଲା । ଚଢାଉ ବେଳେ ଦୁଇ ଦେହଜୀବୀ ଙ୍କ  ସହ ଜଣେ ଗ୍ରାହକ ପୋଲିସ ହାତରେ ଧରାପଡିଥିଲା । ସେଠାରୁ କିଛି ଆପତ୍ତିଜନକ ସାମଗ୍ରୀ ସମେତ ମଦ ଜବତ ହୋଇଥିଲା । ଉକ୍ତ ଘଟଣାକୁ ନେଇ ପୋଲିସ୍ ଘରମାଲିକ ଦିନେଶ କୁମାର ନାୟକ ଓ ଗ୍ରାହକ ଚିରୁପ ବାସୁକୁ ଗିରଫ କରି କୋର୍ଟଚାଲାଣ କରିଛି ।

- Advertisement -

ସେପଟେ ଉଭୟ ଦେହଜୀଵୀ ଙ୍କ  ମଧ୍ୟରୁ ଜଣେ କାଶୀନଗରର ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦ୍ରାପଡା ଜିଲ୍ଲାର ବୋଲି ପୋଲିସ ସୃତ୍ରରୁ ସୂଚନା ହସ୍ତଗତ ହୋଇଛି । ତେବେ ଉଭୟ ପିଡିତାଙ୍କୁ ତାଙ୍କ ପରିବାରବର୍ଗଙ୍କୁ ହସ୍ଥାନ୍ତର କରିଛି ପୋଲିସ । ଏହି ଘଟଣାକୁ ନେଇ କାଶୀନଗର ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । କାଶୀନଗର ଭଳି ଏକ ଛୋଟ ସହରରେ ହାତଗଣତି ଲଜ ଥିବା ବେଳେ  କିଭଳି ଭାବରେ ଅନୈତିକ କାର୍ଯ୍ୟ ହେଉଥିଲା ତାହା ଏବେ ପ୍ରଶ୍ନବାଚୀ ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories