www.samajalive.in
Friday, December 5, 2025
17.1 C
Bhubaneswar

ପିତବାସ ପଣ୍ଡାଙ୍କ ଦ୍ୱାଦଶାହ ସଭା, ଯୋଗଦେଲେ ୩ ମନ୍ତ୍ରୀ

ବ୍ରହ୍ମପୁର: ବିଜେପି ନେତା ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପିତବାସ ପଣ୍ଡାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ବ୍ରହ୍ମପୁର ହଳଦିଆ ପଦର୍ ସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ସମେତ ଆସିକା ସାଂସଦ ଅନିତା ସୁଭଦର୍ଶିନୀ, ବ୍ରହ୍ମପୁର ବିଧାୟକ ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସମନ୍ତରାୟ, ଦିଗପହଣ୍ଡି ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଖଲିକୋଟ ବିଧାୟକ ପୁର୍ଣ୍ଣଚନ୍ଦ୍ର ସେଠୀ, ଆଇନଜୀବି ପରିଷଦ ଅଧ୍ୟକ୍ଷ ଶିତାଶୁ ଦ୍ବିବେଦୀ, ବିଭୁ ପ୍ରସାଦ ତ୍ରିପାଠୀ ସମେତ ବନ୍ଧୁ, ପରିବାର ବର୍ଗ, ଆଇନଜୀବୀ, ବିଜେପି ନେତା ଓ କର୍ମୀ ଯୋଗ ଦେଇଥିଲେ।

ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ପିତବାସ ନିର୍ଭୀକ ଭାବେ ଜନ ସାଧାରଣଙ୍କ ଓ ଆଇନଜଜୀବୀଙ୍କ ସମସ୍ୟା ପାଇଁ ଲଢ଼ୁଥିଲେ । ଯେଉଁମାନେ ଏଭଳି କୁକର୍ମରେ ଲିପ୍ତ ଥିଲେ ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡିବ ବୋଲି ଆଇନ ମନ୍ତ୍ରୀ କହିଥିଲେ । ଯିଏ ଏହି ଷଡ଼ଯନ୍ତ୍ର କରିଛି ତାକୁ କୌଣସି ମତେ ଛଡାଯିବ ନାହିଁ । କ୍ରାଇମବ୍ରାଞ୍ଚ ସହ ଆଲୋଚନା ହୋଇଛି । ସରକାର ସମସ୍ତ ଚେଷ୍ଟା କରୁଛନ୍ତି ଅଭିଯୁକ୍ତଙ୍କୁ ଧରିବାକୁ । ପରିବାର ବର୍ଗଙ୍କୁ ଭଗବାନ ସାହସ ଦିଅନ୍ତୁ ବୋଲି ମନ୍ତ୍ରୀ କହିଥିଲେ । ବିଜେପି ନେତା କାହ୍ନୁଚରଣ ପତି ଧନ୍ୟବାଦ୍ ଦେଇଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories