www.samajalive.in
Saturday, December 13, 2025
26.1 C
Bhubaneswar

ଶୀତ ଦିନେ ପିଅନ୍ତୁ ହଳଦୀ କ୍ଷୀର : ଅନିଦ୍ରା ସହ ଦୂର ହେବ ପେଟ ଜନିତ ଅନେକ ସମସ୍ୟା

ହଳଦୀ ମିଶ୍ରିତ କ୍ଷୀର ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ ବୋଲି ସଭିଏଁ ଜାଣନ୍ତି। ଏହି କାରଣରୁ ହଳଦୀ କ୍ଷୀର ପିଇବା ପାଇଁ କୁହାଯାଇଥାଏ। କ୍ଷତ ଓ ଯନ୍ତ୍ରଣା ମଧ୍ୟ ଏହା ଦୂର କରିଥାଏ। ଥକ୍କାପଣ ମଧ୍ୟ ଏହା ଦୂର କରିଥାଏ। ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। ଜାଣନ୍ତୁ ଏହା ବିଷୟରେ ……..
ଯଦି ଆପଣଙ୍କ ହାଡ଼ରେ ଯନ୍ତ୍ରଣା ଅନୁଭବ ହେଉଛି, ତେବେ ହଳଦୀ ମିଶ୍ରିତ କ୍ଷୀର ନିଶ୍ଚୟ ପିଅନ୍ତୁ। ଏକ ଗ୍ଲାସ ଉଷୁମ କ୍ଷୀରରେ ସାମାନ୍ୟ ହଳଦୀ ପକାଇ ନିୟମିତ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ଏହାସହ ଏପରି କରିବା ଦ୍ୱାରା ବହୁ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ।
କ୍ଷୀର ଓ ହଳଦୀ ଉଭୟରେ ବହୁ ପୋଷକ ତତ୍ତ୍ୱ ରହିଛି। କ୍ଷୀରରେ କ୍ୟାଲସିୟମ, ଆଇରନ, ପ୍ରୋଟିନ ଓ ଭିଟାମିନ ରହିଛି। ଏହି କାରଣରୁ କ୍ଷୀର ଏକ ସମ୍ପୂର୍ଣ୍ଣ ଆହର ବୋଲି ମଧ୍ୟ କୁହାଯାଏ।
ହଳଦୀରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ରହିଥାଏ। ହଳଦୀ କ୍ଷୀର ପିଇବା ଦ୍ୱାରା ଶରୀରୁ ବହୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ପାଚନ ତନ୍ତ୍ର ସଠିକ ଭାବେ କାର୍ଯ୍ୟ କରିଥାଏ।
ଯଦି ଆପଣଙ୍କର ପେଟ ସମସ୍ୟା ଲାଗି ରହିଥାଏ, ତେବେ ହଳଦୀ କ୍ଷୀର ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ତ୍ୱଚା ପାଇଁ ମଧ୍ୟ ଏହା ବେଶ ହିତକାରକ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ। ହଳଦୀରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଯାହା ମୁହଁ ସହ ଜଡ଼ିତ ବହୁ ସମସ୍ୟା ଯେପରି କୁଣ୍ଡାଇ ହେବା, ବ୍ରଣ ଆଦି ଦୂର କରିଥାଏ।
ହାଡ଼ ଶକ୍ତ ହେବା ସହ ହାଡ଼ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ।
ଯଦି ଆପଣଙ୍କୁ ସଠିକ ପରିମାଣରେ ନିଦ ହେଉନାହିଁ ଓ ଚିନ୍ତାଗ୍ରସ୍ତ ରହୁଛନ୍ତି, ତେବେ ହଳଦୀ ମିଶ୍ରିତ କ୍ଷୀର ନିଶ୍ଚୟ ପିଅନ୍ତୁ।
ଏହା ଓଜନ ହ୍ରାସ କରିଥାଏ। ମୁଣ୍ଡ ବିନ୍ଧା ମଧ୍ୟ ଦୂର କରିଥାଏ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories