www.samajalive.in
Saturday, December 6, 2025
19.1 C
Bhubaneswar

ଆମେରିକା ସମେତ ୧୦ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବ ତୁର୍କୀ

ଆଙ୍କାରା: ଆମେରିକା ସମେତ ୧୦ଟି ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ତୁର୍କୀ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି । ଦେଶର ରାଷ୍ଟ୍ରପତି ରିସେପ ତୟିପ ଏର୍ଦୋଗାନ ଶନିବାର ଏହି ରାଷ୍ଟ୍ରଦୂତମାନଙ୍କୁ ବହିଷ୍କାର କରିବାକୁ ଆଦେଶ ଦେଇଛନ୍ତି । ମାନବାଧିକାର କର୍ମୀ ଓସମାନ କାଭାଲାଙ୍କୁ ମୁକ୍ତ କରିବାକୁ ଏହିସବୁ ରାଷ୍ଟ୍ର ପକ୍ଷରୁ ଦାବି କରାଯାଉଥିବା ଜବାବରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ତୁର୍କୀରୁ ବହିଷ୍କୃତ ହେବାକୁ ଥିବା ରାଷ୍ଟ୍ରର ରାଷ୍ଟ୍ରଦୂତମାନଙ୍କ ମଧ୍ୟରେ କାନାଡା, ଡେନମାର୍କ, ଫିନଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ହଲାଣ୍ଡ, ନ୍ୟୁଜିଲାଣ୍ଡ, ନରୱେ, ସ୍ୱିଡେନ ଏବଂ ଆମେରିକା ଆଦି ଅନ୍ତର୍ଭୁକ୍ତ । ସୂଚନାଯୋଗ୍ୟ ଯେ ଓସମାନ କାଭାଲା ଚାରିବର୍ଷ ହେଲା କାରଗାରରେ ବନ୍ଦୀ ଅଛନ୍ତି । ଶନିବାର ଦିନ ଏର୍ଦୋଗାନଙ୍କ ନିର୍ଦ୍ଦେଶରେ ଉପରୋକ୍ତ ଦଶଟି ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ତୁର୍କୀ ବୈଦେଶିକ ମନ୍ତ୍ରଣ।।ଳୟକୁ ଡକାଯାଇଥିଲା ଏବଂ କୂଟନୈତିକ ସଂପର୍କକୁ ନେଇ ଭିଏନା ସମ୍ମିଳନୀର ସର୍ତ୍ତ ଉଲ୍ଲଂଘନ କାରଣରୁ ସେମାନଙ୍କୁ ବହିଷ୍କାର କରିବାକୁ ଧମକ ଦିଆଯାଇଥିଲା । ପରେ ଏର୍ଦୋଗାନ ଏହି ଦଶଜଣ ରାଷ୍ଟ୍ରଦୂତଙ୍କୁ ତୁରନ୍ତ ବହିଷ୍କାର କରିବାକୁ ବୈଦେଶିକ ମନ୍ତ୍ରଣାଳୟକୁ ଆଦେଶ ଦେଇଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ କାଭାଲା ଜଣେ ସୁପରିଚିତ ତୁର୍କୀ ବ୍ୟବସାୟୀ ଏବଂ ମାନବାଧିକାର କର୍ମୀ, ଯିଏ ଆନାଡୋଲୁ କୁଲତୁର ଫାଉଣ୍ଡେସନ ସ୍ଥାପନ କରିଥିଲେ । ତାଙ୍କ ସଂସ୍ଥା ଜାତିଆଣ ଏବଂ ଧର୍ମୀୟ ସଂଖ୍ୟାଲଘୁ ପ୍ରକଳ୍ପକୁ ପ୍ରୋତ୍ସାହିତ କରୁଥିଲା ଏବଂ ବିୋଷକରି ତୁର୍କୀ ଏବଂ ଆର୍ମେନିଆ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ତଥା କୁର୍ଦ୍ଦିଶ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ କାର୍ଯ୍ୟ କରୁଥିଲା । ଏଥିରେ ତୁର୍କୀ ସରକାର କ୍ଷୁବ୍ଧ ହୋଇ ତାଙ୍କୁ ବନ୍ଦୀ କରିଥିଲେ । ୨୦୦୦ ଫେବ୍ରୁଆରୀରେ ତୁର୍କୀର ଏକ ଅଦାଲତ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ । କିନ୍ତୁ ସେହିଦିନ ଇସ୍ତାନବୁଲ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନୂଆ ଗିରଫ ପରୱାନା ଜାରି କରାଯାଇ କାଭାଲାଙ୍କୁ ପୁନର୍ବାର ଗିରଫ କରାଯାଇଥିଲା ଏବଂ ସେବେଠାରୁ ସେ କାରଗାରରେ ରହିଛନ୍ତି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories