ଉତ୍ତର କୋରିଆକୁ ପରମାଣୁ ନିରସ୍ତ୍ରିକରଣ କରିବା ନେଇ ଆମେରିକା ବ୍ୟଗ୍ର ନୁହେଁ : ଟ୍ରମ୍ପ୍‍

0

ୱାଶିଂଟନ୍‍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ କହିଛନ୍ତି ଯେ କିମ୍‍ ଜଙ୍ଗ୍‍ ଉନ୍‍ଙ୍କ ସହ ତାଙ୍କର ହୋଇଥିବା ବୁଝାମଣା ଅନୁସାରେ ଉତ୍ତର କୋରିଆକୁ ପରମାଣୁ ନିରସ୍ତ୍ରିକରଣ କରିବା ନେଇ ସେ ବ୍ୟଗ୍ର ନୁହନ୍ତି । ୱାଶିଂଟନ୍‍ ଠାରେ ସାମ୍ବାଦିକ ମାନଙ୍କ ସହିତ ଆଲୋଚନା ବେଳେ ଶ୍ରୀ ଟ୍ରମ୍ପ୍‍ କହିଛନ୍ତି ଯେ ଉତ୍ତର କୋରିଆକୁ ପରମାଣୁ ଅସ୍ତ୍ରମୁକ୍ତ କରିବା ନେଇ କୌଣସି ସମୟସୀମା ନିର୍ଦ୍ଧାରିତ କରାଯାଇ ନାହିଁ। କିନ୍ତୁ ଏ ପ୍ରସଙ୍ଗରେ ଉଭୟ ଦେଶ ସଚେତନ ଅଛନ୍ତି ଏବଂ ଉତ୍ତର କୋରିଆରେ  ଏହାର ପ୍ରଭାବ ହ୍ରାସ କରିବା ପାଇଁ କାର୍ୟ୍ୟ କରାଯାଉଛି। ସୋମବାର ଦିନ ହେଲେସଙ୍କି ଠାରେ ଅନୁଷ୍ଠିତ ଶିଖର ବୈଠକରେ ରୁଷ୍‍ ରାଷ୍ଟ୍ରପତି ଭ୍ଲାଡିମିର୍‍ ପୁଟିନ୍‍ ଓ ତାଙ୍କ ମଧ୍ୟରେ ଏ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଆମେରିକାକୁ ଏ କ୍ଷେତ୍ରରେ ସହଯୋଗ କରିବା ସହିତ ନିଜେ ଏଥିରେ ସାମିଲ ହେବା ପାଇଁ ପୁଟିନ୍‍ ସହମତ ଅଛନ୍ତି ବୋଲି ଶ୍ରୀ ଟ୍ରମ୍ପ୍‍ କହିଛନ୍ତି। ଏହି ଆଲୋଚନା ପରେ ଟ୍ରମ୍ପ୍‍ ଏଭଳି ମତ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତମାସରେ ସିଙ୍ଗାପୁରଠାରେ ଏକ ଶିଖର ବୈଠକରେ ଆମେରିକା ରାଷ୍ଟ୍ରପତି ଓ କିମ୍‍ଙ୍କ ମ୍ମରେ ଉତ୍ତରକୋରିଆ ଉପଦ୍ୱୀପକୁ ପରମାଣୁମୁକ୍ତ କରିବା ସଂପର୍କରେ ଆଲୋଚନା ହୋଇଥିଲା। କିନ୍ତୁ ଏହି ଆଲୋଚନା କାଳରେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ୟ୍ୟ କରାଯାଇ ନଥିଲା।

Leave A Reply