www.samajalive.in
Monday, December 8, 2025
24.1 C
Bhubaneswar

ଡିଭାଇଡର ଉପରେ ଚଢିଗଲା ଟ୍ରକ

ପାଟଣା : ଜାତୀୟ ରାଜପଥ ୨୦ର ଢେଙ୍କିକୋଟ ନିକଟସ୍ଥ ଖଣ୍ଟଘର ଟୋଲ ପ୍ଲାଜା ମେଡିଆନ୍ ଡିଭାଇଡର ଉପରେ ଏକ ୧୬ ଚକିଆ ଟ୍ରକ ଚଢି ଯିବାରୁ ଉକ୍ତ ଲେନରେ ଗାଡି ଚଳାଚଳ ବନ୍ଦ ରହିଛି । ଗତକାଲି ରାତି ପ୍ରାୟ ୧୨ଟା ସମୟରେ ବେପରୁଆ ଗାଡି ଚାଳନା କରି ଟ୍ରକଟି ଟୋଲ ପ୍ଲାଜା ମେଡିଆନ ଡିଭାଇଡର ଉପରେ ଚଢି ଯାଇଥିଲା । ଫଳରେ ଉକ୍ତ ଲେନରେ ଗତକାଲି ରାତିରୁ ଗାଡି ଚଳାଚଳ ବନ୍ଦ ରହିଛି । ଦ୍ରୁତ ଗତିରେ ଟ୍ରକ କେନ୍ଦୁଝର ପଟୁ ଘଟଗାଁ ଆଡକୁ ଯିବା ବେଳେ ଟ୍ରକଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଖବର ପାଇ ଢେଙ୍କିକୋଟ ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଛି ।

ପୁଲିସ ପକ୍ଷରୁ ଜାତୀୟ ରାଜପଥ ୨୦ ରେ ନିୟମିତ ଯାଞ୍ଚ ହେଉନଥିବାରୁ ଭାରୀଯାନ ଗୁଡିକ ଦ୍ରୁତ ଗତିରେ ଗାଡି ଚାଳନା କରୁଥିବାବେଳେ ଅନେକ ସମୟରେ ଦୁର୍ଘଟଣା ହୋଇ ଧନଜୀବନ ହାନୀ ଘଟୁଛି । ବିଶେଷ କରି ମଦ୍ୟପାନ କରି ଗାଡି ଚାଳନା ଏବଂ କମ ବୟସର ଯୁବକ ବିନା ତାଲିମରେ ଭାରୀ ଯାନ ଚଲାଉଥିବାରୁ ଦୁର୍ଘଟଣା ଘଟୁଛି । ସେହିପରି ଏହି ଟୋଲ ପ୍ଲାଜାରେ ୱେ ବ୍ରିଜ ଏବଂ ସେନସର ଥିଲେ ମଧ୍ୟ କାମ କରୁନାହିଁ । ଫଳରେ ଏହି ଟୋଲଗେଟ ଦେଇ ଯାଉଥିବା ଭାରୀଯାନ ବେଧଡକ ଓଭର ଲୋଡ କରି ପରିବହନ କରୁଥିଲେ ମଧ୍ୟ ଧରା ପଡୁନାହାଁନ୍ତି । ଓଭରଲୋଡ ଧରା ପଡୁନଥିବାରୁ ଏନ୍ଏଚ୍ଏଆଇର ବ୍ୟାପକ ରାଜସ୍ୱହାନୀ ହେବା ସହିତ ରାସ୍ତା ମଧ୍ୟ ଖରାପ ହେଉଛି ।

- Advertisement -

 

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories