www.samajalive.in
Monday, December 8, 2025
13.1 C
Bhubaneswar

ଟିକିରାପଡାରେ ନୂଆଁଖାଇ ଭେଟଘାଟ ଉତ୍ସବ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତର ଟିକିରାପଡା ଠାରେ ସ୍ଥାନୀୟ ଦଧିବାମନ ଯୁବକ ସଂଘ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ ହୋଇଯାଇଛି। ଗିରିଧାରୀ ମେହେରଙ୍କ ପୋରୋହିତ୍ୟରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି, ଅଧ୍ୟାପକ ଡ. ଲିଙ୍ଗରାଜ ମେହେର ମୁଖ୍ୟବକ୍ତା, ସମାଜସେବୀ ସପନ ପଧାନ ଓ ଆତ୍ମାର ସଭାପତି ବିବସ୍ପତୀ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନୂଆଁଖାଇ ପର୍ବର ମହାନତା ସଂପର୍କରେ ଆଲୋଚନା କରିଥିଲେ। ଏଥିରେ ଗ୍ରାମର ବୟୋଜ୍ଯେଷ୍ଠ ବ୍ୟକ୍ତି ରମାକାନ୍ତ ମେହେର, ଗଙ୍ଗାଧର ମେହେର, ଟଙ୍କଧର ମେହେର, ଡୋଲାମଣି ମେହେର, ଶଙ୍କର ମେହେର ପ୍ରଭୃତି ମଞ୍ଚାସିନ ଥିଲେ।
ଏହି ଅବସରରେ ହସ୍ତତନ୍ତ ପାଇଁ ଜାତୀୟ ପୁରସ୍କାର ପାଇଥିବା ଗ୍ରାମର ରସାନନ୍ଦ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଈଶ୍ବର ମେହେରଙ୍କ ସଂଯୋଜନାରେ ଗ୍ରାମର ବାଳକ ବାଳିକା ଓ ଯୁବକଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଟିକିରାପଡା ସମେତ ଆଖପାଖ ବିଭିନ୍ନ ଗ୍ରାମର ଲୋକେ ଉପଭୋଗ କରିଥିଲେ। ଦଧିବାମନ ଯୁବକ ମହାସଂଘର ସଭାପତି ସମିତ ମେହେରଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ସକାଳ ବେଳା ସୁବଳୟା, ଟିକିରାପଡା ଓ ସାଲେଇପଦର ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ସପ୍ତଶକ୍ତି ଦେମୂଳ ପୀଠରେ ନୂଆଁଖାଇ ପାଇଁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା।
ପୂଜକ ଗଣେଶ ପଧାନ ପୂଜା ପାଠ କରି ଦେବଦେବୀଙ୍କୁ ନବାର୍ଣ୍ଣ ଅର୍ପଣ କରିଥିଲେ। ପରେ ଗ୍ରାମର ଜଗନ୍ନାଥ ମନ୍ଦିର, ରଘୁନାଥ ମନ୍ଦିର, ପାହାଡ ଉପରସ୍ଥ ସିଦ୍ଧେଶ୍ବର ବାବାଙ୍କ ପୀଠ ଆଦି ସ୍ଥାନରେ ପୂଜାପାଠ ସହ ଘରେ ଘରେ ନିଜ କୁଳ ଦେବତାଙ୍କୁ ନବାର୍ଣ୍ଣ ଅର୍ପଣ କରି ଲୋକେ ପରିବାର ସହ ନୂଆଁ ଖାଇଥିଲେ। ସେହିଭଳି ଦୁର୍ଜନତୈଲା ପଞ୍ଚାୟତର ଦାଦରପାଲି ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଧ୍ୟ ସ୍ଥାନୀୟ ବ୍ଳକ ଉପାଧ୍ଯକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories