www.samajalive.in
Monday, December 8, 2025
20.1 C
Bhubaneswar

ଦୁବାଇରେ ଆଦିବାସୀ ଓଡ଼ିଆ ଶ୍ରମିକ ମୃତ

ପାତ୍ରପୁର :  ପାତ୍ରପୁର ବ୍ଳକରେ ଦାଦନ ଶ୍ରମିକ ମୁତ୍ୟୁ ପିଛା ଛାଡୁନି। ଆଠ ମାସ ବ୍ୟବଧାନ ପରେ ପୁଣି ଜଣେ ଗରିବ ଆଦିବାସୀ ଯୁବକଙ୍କ ଦୁବାଇରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ବୁରାତାଲ ପଞ୍ଚାୟତ ହରଡା ପାଟୁ ନୂଆଁସାହି ଗ୍ରାମର ଟୁଡୁକା ନାୟକଙ୍କ ସାନ ପୁଅ ଟୁନା ନାୟକ ବୋଲି ଜଣାପଡିଛି। ଟୁନା ଗତ କିଛି ବର୍ଷ ଧରି ଦୁବାଇ ଯାଇ କାମ କରି ଘରକୁ ଫେରିଥିବା ବେଳେ ତିନି ମାସ ପୂର୍ବେ ପୁଣି ଦୁବାଇ ଯାଇଥିଲେ। ସେ ସେହିଠାରେ ଗୋଟିଏ ଘରୋଇ କମ୍ପାନୀରେ  କାଠ ମିସ୍ତ୍ରୀ ଭାବେ କାମ କରୁଥିଲେ। ଗତକାଲି ସେ କାମ କରି ଘରକୁ ଫେରି ଥିବାବେଳେ ଭୋର୍ ସମୟରେ ଅସୁସ୍ଥ ଅନୁଭବ କରିଥିଲେ। ଏହା ଦେଖି ସାଙ୍ଗମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେବା ପରେ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସିତ ହେଉଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଖବର ଗ୍ରାମରେ ପହଞ୍ଚିବା ପରେ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ଖାରିଆ ନାଳ ଗ୍ରାମର ଜଣେ ଆଦିବାସୀ ଯୁବକଙ୍କ ଜାନୁଆରୀ ମାସରେ କର୍ଣ୍ଣାଟକରେ ମୃତ୍ୟୁ ହୋଇଥିବାବେଳେ ଫେବୃଆରୀ ମାସ ଆଜିର ଦିନରେ ଏହି  ହରଡ଼ାପାଟୁ ନୂଆଁସାହି ଗ୍ରାମର  ବିଜୟ ନାୟକଙ୍କ ଆନ୍ଧ୍ର ବିଜୟବାଡାରେ ମୃତ୍ୟୁ ହୋଇଥିଲା। ଦାଦନ ଖଟିବାକୁ ଯାଇ ପୁଣି ଜଣେ ଯୁବକଙ୍କ ମୃତ୍ୟୁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଟୁଡୁକା ନାୟକଙ୍କ ତିନି ପୁଅ ମଧ୍ୟରୁ ବଡ଼ ପୁଅର ଦୁଇ ବର୍ଷ ପୂର୍ବେ କର୍କଟ ରୋଗରେ ମୃତ୍ୟୁ ହୋଇଥିବାବେଳେ ଏବେ ସାନ ପୁଅର ମୃତ୍ୟୁକୁ ନେଇ ପରିବାର ଭାଙ୍ଗି ପଡିଛି। ପ୍ରଶାସନ ତାଙ୍କ ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରିବା ସହ ସହାୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ନିବେଦନ କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories