www.samajalive.in
Saturday, December 6, 2025
16.1 C
Bhubaneswar

ତ୍ରିପୁରା ସରକାରଙ୍କ କଡ଼ା ନିର୍ଦେଶ: ବିଦ୍ୟାଳୟ ପରିସରରେ ହୋଇପାରିବନି ରାଜନୈତିକ କାର୍ଯ୍ୟକ୍ରମ

ଅଗରତାଲା: ତ୍ରିପୁରା ସରକାର ଏକ ବଡ଼ ପଦକ୍ଷେପ ସ୍ବରୂପ ରାଜ୍ୟର ସମସ୍ତ ବିଦ୍ୟାଳୟ ପରିସରରେ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଦ୍ୟାଳୟ ଖୋଲାଥିବା ସମୟରେ ପରିସରରେ ରାଜନୈତିକ ସମାବେଶ ଓ କାର୍ଯ୍ୟକ୍ରମ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ କଡ଼ା ଆଦେଶ ଜାରି କରାଯାଇଛି। ଏଥିସହ ଏଭଳି କୌଣସି କାର୍ଯ୍ୟକ୍ରମ କରିବା ପାଇଁ ଶିକ୍ଷା ବିଭାଗଠାରୁ ଆବଶ୍ୟକୀୟ ଅନୁମତି ନେବା ମାଧ୍ୟତାମୂଳକ କରାଯାଇଛି।

ସରକାର କହିଛନ୍ତି ଯେ, ବିଦ୍ୟାଳୟ ପରିସରରେ ଏଭଳି କାର୍ଯ୍ୟକ୍ରମ କରିବା ଦ୍ବାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପ୍ରଭାବିତ ହୋଇଥାଏ। ସୂଚନାନୁସାରେ, ବିଦ୍ୟାଳୟ ସମୟରେ କିଛି କ୍ୟାମ୍ପସରେ ପ୍ରଧାନଶିକ୍ଷକଙ୍କ ଦ୍ୱାରା ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି ଦେବା ବିଷୟରେ ଶିକ୍ଷା ବିଭାଗ ରିପୋର୍ଟ ପାଇବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଶିକ୍ଷା ବିଭାଗ ଆଦେଶରେ କହିଛନ୍ତି ଯେ, ଖେଳ ପଡ଼ିଆ ସହିତ ବିଦ୍ୟାଳୟର କୌଣସି ଅଂଶ ରାଜନୈତିକ ଦଳ/ ଆୟୋଜକଙ୍କ ଦ୍ବାରା ରାଜନୈତିକ କାର୍ଯ୍ୟ/ ସମାବେଶ ଆଦି ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ଏହାସହ ଛୁଟିଦିନ କିମ୍ବା ସ୍କୁଲ୍‌ ସମୟ ସରିଲା ପରେ ମଧ୍ୟ କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ହେଲେ ମାଧ୍ୟମିକ/ପ୍ରାଥମିକ ଶିକ୍ଷା ନିର୍ଦେଶକ କିମ୍ବା ସମ୍ବନ୍ଧୀୟ ଜିଲା ଶିକ୍ଷାଧିକାରୀଙ୍କଠାରୁ ଏନଓସି ନେବାକୁ ପଡ଼ିବ।

- Advertisement -

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories