www.samajalive.in
Sunday, December 7, 2025
26.1 C
Bhubaneswar

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ୮୬ ବର୍ଷରେ ପରଲୋକ ଘଟିଛି। ଶିଳ୍ପଉଦ୍ୟୋଗ କ୍ଷେତ୍ରରେ ଅବିଶ୍ୱସନୀୟ ସଫଳତା ହାସଲ କରି ଟାଟାକୁ ଏକ ବ୍ରାଣ୍ଡରେ ସେ ପରିଣତ କରିଥିଲେ। ଚା’, ଲୁଣ ଠାରୁ ଆରମ୍ଭ କରି ଉଡାଜାହଜ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା କରି ଭାରତର ଘରେ ଘରେ ଟାଟାକୁ ପରିଚତ କରାଇଥିଲେ। ସେ ଶିଳ୍ପଜଗତର ଏକ ରତ୍ନ ଥିଲେ ।

ଓଡ଼ିଶା କ୍ଷେତ୍ରରେ ମଧ୍ୟ ସ୍ୱର୍ଗତଃ ଟାଟାଙ୍କ ଅବଦାନ ପ୍ରଶଂସନୀୟ। ଶିଳ୍ପଦ୍ୟୋଗଠାରୁ ସମାଜସେବା ପର୍ଯ୍ୟନ୍ତ ସବୁଥିରେ ଉଲ୍ଲେଖନୀୟ ସଫଳତା ପାଇ ପଦ୍ମ ବିଭୂଷଣ ଉପାଧି ପାଇଥିଲେ।  ରତନ ଟାଟାଙ୍କ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ ଗଭୀର ଶୋକ ପ୍ରକାଶ କରିବା ସହ ଭାରତୀୟ ଶିଳ୍ପଦ୍ୟୋଗ କ୍ଷେତ୍ରରେ ଅପୁରଣୀୟ କ୍ଷତି ହୋଇଛି ବୋଲି କହିଛନ୍ତି ।

- Advertisement -

ସ୍ୱର୍ଗତଃ ଟାଟାଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories