www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଭୁ ରାମଲାଲାଙ୍କ ନିକଟରେ ହେଉଛି କି କି ଭୋଗ: ଏବେ ହୋଇଛି କିଛି ଖାସ୍‌‌ ପରିବର୍ତ୍ତନ..

ଲଖନଉ : ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ରାମଲାଲା ବିରାଜମାନ ହେବା ପରେ ଶ୍ରଦ୍ଧାଳୁଙ୍କ ଭିଡ ଦିନକୁ ଦିନ ବଢିବାରେ ଲାଗିଛି। ଭକ୍ତ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଏହା ମଧ୍ୟରେ ପ୍ରଭୁଙ୍କର ଭୋଗକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି।
ରାମଲାଲାଙ୍କ ୫ ବର୍ଷ ବାଳକର ସ୍ୱରୂପର ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି। ତେଣୁ ପ୍ରଭୁଙ୍କର ଯତ୍ନ ସହ ଭୋଗ ମଧ୍ୟ ବୟସ ହିସାବରେ ହିଁ ଅର୍ପଣ କରାଯାଉଛି। ପ୍ରଭୁଙ୍କ ରୁଚି ଅନୁଯାୟୀ ଭୋଗ ଅର୍ପଣ କରାଯାଉଛି।
ପ୍ରଭୁ ରାମଲାଲାଙ୍କ ଭୋଗରେ ମାଲପୁଆ,କ୍ଷୀରି, ରସମଲେଇ ଭଳି ମିଠା ଅର୍ପଣ କରାଯାଉଛି।
ସେହିଭଳି ଥଣ୍ଡା ପାଗକୁ ଦୃଷ୍ଟିରେ ରଖି ପ୍ରଭୁ ରାମଲାଲାଙ୍କୁ ଅଦାର ହାଲୱା ଭୋଗ ଅର୍ପଣ କରାଯାଉଛି।
ପ୍ରଭୁ ରାମଲାଲାଙ୍କୁ ସକାଳେ,ଖରାବେଳେ ଓ ରାତିରେ ମୁଖ୍ୟ ଭୋଗ ବ୍ୟତୀତ ପ୍ରତ୍ୟେକ ଘଣ୍ଟାରେ ଫଳ ଓ କ୍ଷୀର ଭୋଗ ଅର୍ପଣ କରାଯାଇଥାଏ। ଏହାସହ କିଛି ସମୟ ପାଇଁ ପ୍ରଭୁଙ୍କ ଦ୍ୱାର ମଧ୍ୟ ରଖାଯାଏ।
ସ୍ୱତନ୍ତ୍ର ପୂଜାପର୍ବ ଓ କିଛି ବିଶେଷ ସମୟରେ ପ୍ରଭୁଙ୍କ ନିକଟରେ ୫୬ ଭୋଗ ଅର୍ପଣ କରାଯାଏ। ଏଥିରେ ବର୍ତ୍ତମାନ ଏକ ପରିବର୍ତ୍ତନ କରାଯିବା ନେଇ ସୂଚନା ମିଳିଛି। ପ୍ରଭୁ ରାମଲାଲାଙ୍କ ୫୬ ଭୋଗ ମଧ୍ୟରେ ଏବେ କନ୍ଦମୂଳ ଓ ବରକୋଳି ଭଳି ଆଦିବାସୀ ଖାଦ୍ୟ ମଧ୍ୟ ସାମିଲ କରାଯିବ।
ପ୍ରଭୁ ରାମ ୧୪ ବର୍ଷ ବନବାସ ସମୟରେ ବିଭିନ୍ନ ଜଙ୍ଗଲ ଫଳ,ବରକୋଳି ଆଦି ଖୁବ ଖୁସିରେ ସେବନ କରିଥିଲେ। ଭାବରେ ବନ୍ଧା ଠାକୁର ଶବରୀ ହାତରୁ ଅଇଁଠା ବରକୋଳି ଖାଇବା କଥା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ପ୍ରଭୁଙ୍କ ଭୋଗରେ ଏବେ ଏସବୁ ଅର୍ପଣ କରାଯିବ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories