www.samajalive.in
Saturday, December 6, 2025
26.1 C
Bhubaneswar

ପାପଡାହାଣ୍ଡି ଶୈବପୀଠରେ ୧କୋଟି ଅନୁଦାନର ଉନ୍ନତିକରଣ କାର୍ୟ୍ୟର ତଦାରଖ

ନବରଙ୍ଗପୁର / ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଶୈବପୀଠର ଉନ୍ନତିକରଣ କାର୍ୟ୍ୟକୁ ତଦାରଖ କରିବା ସହ ମନ୍ଦିର ପରିସରରେ ବୃକ୍ଷରୋପଣ କଲେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ।
ପାପଡାହାଣ୍ଡି ପ୍ରସିଦ୍ଧ ଶୈବପୀଠର ଉନ୍ନତି କରଣ ପାଇଁ ସ୍ଥାନୀୟ ଲୋକପ୍ରତିନିଧି ଏବଂ ଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଏକ କୋଟି ଟଙ୍କାର ଅନୁଦାନ ରାଶି ମିଳିଥିଲା । ସେହି ଟଙ୍କାରେ ମନ୍ଦିର ଉନ୍ନତି କରଣ କାର୍ୟ୍ୟ ଚାଲିଥିବା ବେଳେ ଆଜି ଜିଲ୍ଲାପାଳ ସେ ଗୁଡିକର ତଦାରଖ କରିଥିଲେ । ଶୀଘ୍ର କାର୍ୟ୍ୟକୁ ସମ୍ପାଦନ କରିବାକୁ ନିର୍ଦେଶ ଦେବାସହ ଆସନ୍ତା ଅଗଷ୍ଟ ୨୪ ତାରିଖରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ୟ୍ୟ ସମ୍ପାଦନା କରିବାକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦେଶ ଦେବାସହ ସହିଦ ଦିବସ ଦିନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭାରଚୁଆଲ ମୋଡ଼ରେ ଉଦଘାଟନ କରାଯିବା ପାଇଁ ରାଜ୍ୟକୁ ଜଣାଇଥିବା କହିଥିଲେ । ଏହି ଅବସରରେ ମନ୍ଦିର ପରିବେଶକୁ ସୁନ୍ଦର କରିବା ପାଇଁ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ଫୁଲ ଓ ଫଳ ଗଛ ଲଗାଇଥିଲେ । ଏହି ସମୟରେ ପାପଡାହାଣ୍ଡି ବିଡ଼ିଓ ରଂଜିତା ମଲିକ, ତହସିଲଦାର ଜଗେଶ୍ୱର ଭୋଇ, ପାପଡାହାଣ୍ଡି ବ୍ଲକ ସହକାରୀ ଯନ୍ତ୍ରୀ ଉମେଶ ମାଝୀ, ଯନ୍ତ୍ରୀ ଦୀପକ ମିଶ୍ର, ସୋମନାଥ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories