ବୁଲିବା ପାଇଁ ଯାଆନ୍ତୁ , ଐତିହାସିକ କିଲ୍ଲା ରାୟଗଡ଼
ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ମହାଡ଼ୀ ପାହାଡ଼ରେ ନିର୍ମିତ ହୋଇଛି ପ୍ରସିଦ୍ଧ ରାୟଗଡ଼ କିଲା। ଯାହା ସମୁଦ୍ର ଠାରୁ ୮୨୦ ମିଟରର ଉଚ୍ଚତାରେ ଅବସ୍ଥିତ। ଏହା ଛତ୍ରପତି ଶିବାଜୀ ମହାରାଜାଙ୍କ ଦ୍ୱାରା ନିର୍ମିିତ ସୁନ୍ଦର କିଲା ମାନଙ୍କ ଠାରୁ ଏକ ଅଟେ। ରାଜାଙ୍କର ରାଜାଭିଷେକ ମଧ୍ୟ ଏଠାରେ ହୋଇଥିଲା। ଏହି କିଲାକୁ ଯିବାକୁ ୧୭୩୭ ପାହାଚ ରହିଛି। ଏବେ କିନ୍ତୁ ରୋପୱେର ବ୍ୟବହାର ମଧ୍ୟ ହେଉଛି। ଏଥିରେ ଗଲେ ୨୦ ରୁ ୩୦ ମିନିଟ ମଧ୍ୟରେ କିଲାର ଶିଖରକୁ ଯାଇ ହେବ।
କିଲାର ଇତିହାସ –
ଏହି କିଲାର ପୁରୁଣା ନାମ ରାୟରୀ ଥିଲା। ୧୬୫୬ରେ ଏହା ଶିବାଜୀଙ୍କ ଅଧିନକୁ ଆସିବା ପରେ ସେ ଏହାକୁ ପୁର୍ନବାର ତିଆରି କଲେ। ଯାହାପରେ ଏହାର ନାମ ରାୟଗଡ଼ ରଖାଗଲା।
କିଲାର ନିର୍ମାଣ –
ଏହା ପର୍ଯ୍ୟଟନ ମାନଙ୍କ ପାଇଁ ଉକୃଷ୍ଟ ତଥା ପ୍ରିୟ ସ୍ଥାନ ଅଟେ। ଏହାକୁ ଏକ ଧାର୍ମିକ ସ୍ଥଳ ମଧ୍ୟ କୁହାଯାଏ କାରଣ ଏଠାରେ ଶିବାଜୀଙ୍କ ସମାଧି ରହିଛି। ମୁଖ୍ୟ ମହଲ ସଂପୂର୍ଣ୍ଣ କାଠରେ ନିର୍ମିତ ହୋଇଛି। ଏହି କିଲାର ଉଚ୍ଚ ଶିଖରର ଶେଷ ଭାଗ ପ୍ରାୟ ୬୦୦ ଫୁଟ ଅଟେ। ଏଠାକୁ ଯିବା ପାଇଁ ରାସ୍ତା ଏକ ବଡ଼ ଦରଜା ଦେଇ ଯିବାକୁ ପଡ଼ିଥାଏ। ୧୩୫୬ ମିଟର ଉଚ୍ଚା ଏହା ଭାରତର ଉଚ୍ଚ କିଲା ମାନଙ୍କୁ ମଧ୍ୟରୁ ଏକ ଅଟେ। ଏହି କିଲା ଭିତରେ ବଜାର ମଧ୍ୟ ରହିଛି। ଯେଉଁଠି ପର୍ଯ୍ୟଟକମାନେ ନିଜର ଆବଶ୍ୟକ ସାମଗ୍ରୀ କିଣି ପାରିବେ। ଏହାର ନିକଟରେ ଗଙ୍ଗା ସାଗର ନାମକ ଏକ ଝରଣା ବହୁଛି, ଯାହା ଏହି କିଲାର ସୌନ୍ଦର୍ଯ୍ୟକୁ ୨ ଗୁଣିତ କରି ଦେଉଛି।
ବର୍ଷର ସବୁ ସମୟରେ ଏଠାକୁ ପର୍ଯ୍ୟଟକ ଆସିଥାଆନ୍ତି।
ଗମନାଗମନ ଦୃଷ୍ଟିରୁ – ଏଠାକୁ ଯିବା ପାଇଁ ନିକଟତର ବିମାନବନ୍ଦର ମୁମ୍ବାଇ। ସେଠାରୁ ଏଠାକୁ ଯିବା ପାଇଁ ଅନ୍ୟ ଯାନର ସୁବିଧା ରହିଛି।
ବୀର ରେଳ ଷ୍ଟେସନ ଏହାର ନିକଟତର ଷ୍ଟେସନ ଅଟେ। ସେଠାରୁ ରାୟଗଡ଼ର ଦୂରତା ୩୦ କିଲୋମିଟର।
Comments are closed.