www.samajalive.in
Sunday, December 7, 2025
15.1 C
Bhubaneswar

ଅମ୍ଳଜାନ ସିଲିଣ୍ଡର କାନ୍ଧରେ ପକାଇ ରୋଗୀଙ୍କୁ ଅଲଟ୍ରାସାଉଣ୍ଡ ସେଣ୍ଟରକୁ ନେଲେ ସମ୍ପର୍କୀୟ

ଆଗ୍ରା: ଦେଶର ବିଚିତ୍ର ସ୍ବାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ନମୁନା ପୁଣି ଥରେ ଲୋକଲୋଚନକୁ ଆସିଛି। ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀ ଏବଂ ପରିବାର କିପରି ସ୍ଥିତି ଦେଇ ଗତି କରୁଛନ୍ତି ତାହାର ଏକ ଲଜ୍ଜାଜନକ ଚିତ୍ର ଯୋଗୀ ଆଦିତ୍ୟନାଥ ସରକାରଙ୍କ ରାଜ୍ୟରେ ଦେଖିବାକୁ ମିଳିଛି। ଏଠାରେ ରୋଗୀଙ୍କ ସମ୍ପର୍କୀୟ କାନ୍ଧରେ ଅମ୍ଳଜାନ ସିଲିଣ୍ଡର ପକାଇ ରୋଗୀଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ ନେଉଛନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ସରୋଜିନୀ ନାଇଡୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ।

ବରହନ ଅଞ୍ଚଳର ନଗଲା ବେଲ ନିବାସୀ ଲଳିତା ମେଡିକାଲର ଯକ୍ଷ୍ମା ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର ଡାକ୍ତରମାନେ ତାଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ ପଠାଇଥିଲେ। ଯକ୍ଷ୍ମା ୱାର୍ଡରୁ ଅଲଟ୍ରାସାଉଣ୍ଡ ସେଣ୍ଟରର ଦୂରତା ପାଖାପାଖି ୫୦୦ ମିଟର ହେବ। ତେବେ ରୋଗୀଙ୍କଠାରେ ଅମ୍ଳଜାନ ସିଲିଣ୍ଡର ଲାଗିଥିବାରୁ ଅଲଟ୍ରାସାଉଣ୍ଡ ସେଣ୍ଟର ପର୍ଯ୍ୟନ୍ତ ଯିବା ଲାଗି କୌଣସି ଷ୍ଟ୍ରେଚର ବ୍ୟବସ୍ଥା କରାଯାଇ ନ ଥିଲା। ତେଣୁ ରୋଗୀଙ୍କ ସମ୍ପର୍କୀୟ କାନ୍ଧରେ ଅମ୍ଳଜାନ ସିଲିଣ୍ଡର ରଖି ରୋଗୀଙ୍କୁ ହାତରେ ଧରି ଧରି ନେଇଥିଲେ। ଅଧାବାଟରେ ହଠାତ ଅମ୍ଳଜାନ କମି ଯାଇଥିଲା। ତେଣୁ ସାଥୀରେ ଥିବା ଜଣେ ଆୟା ଇଟାରେ ଅମ୍ଳଜାନ ସିଲିଣ୍ଡର ଚାବିକୁ ପିଟି ଖୋଲିଥିଲେ। ଏଭଳି ଦୃଶ୍ୟକୁ ଜଣେ ବ୍ୟକ୍ତି କ୍ୟାମେରାରେ କଏଦ କରିଥିଲେ।

- Advertisement -
Image courtesy: Amar ujala

ଏ ସମ୍ପର୍କରେ ମେଡିକାଲ କଲେଜ ଅଧ୍ୟକ୍ଷ ଡା. ଜି.କେ. ଅନେଜାଙ୍କୁ ପଚାରିବାରୁ ସେ କହିଲେ, ସମସ୍ତ ୱାର୍ଡ ଏବଂ ଓପିଡିରେ ଷ୍ଟ୍ରେଚର ରହିଛି। ରୋଗୀଙ୍କୁ କାହିଁକି ଷ୍ଟ୍ରେଚର ମିଳିଲାନି ତାହାର ଯାଞ୍ଚ କରିବି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories