www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରାକୃତିକ ସୁନ୍ଦରତା ଓ ଶାନ୍ତ ପରିବେଶ ପାଇଁ ପ୍ରସିଦ୍ଧ ଏହି ପର୍ଯ୍ୟଟନସ୍ଥଳୀ

ପ୍ରତ୍ୟେକ ବ୍ୟକ୍ତି କିଛି ଦିନର ଛୁଟି ନେଇ ଭ୍ରମଣର ଯୋଜନା କରି ଶାନ୍ତ ପରିବେଶକୁ ବୁଲିବା ପାଇଁ ଯିବାକୁ ଇଚ୍ଚା କରିଥାଆନ୍ତି। ତେଣୁ ଆସନ୍ତୁ ସେଭଳି କିଛି ଶାନ୍ତ ପରିବେଶ ଥିବା ସ୍ଥାନ ବିଷୟରେ ଜାଣିବା, ଯେଉଁଠାକୁ ଭ୍ରମଣ ପାଇଁ ଗଲେ ଆପଣ ହସଖୁସିର ବାତାବରଣ ଓ ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ସମୟ ଅତିବାହିତ କରିବେ।
ମାବଲିନାଁଗ୍ନ –
ମେଘାଳୟର ପୂର୍ବ ଭାଗରେ ଘେରି ରହିଥିବା ପାହାଡ଼ ନିକଟରେ ଥିବା ଏହି ଗ୍ରାମ ଖୁବ ସୁନ୍ଦର। ପ୍ରାୟ ୨୦୦୩ରେ ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ ଭାବେ ଏହାକୁ ଆଖ୍ୟା ମିଳିଥିଲା। ଶିଲଙ୍ଗ ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏହା ଅବସ୍ଥିତ। ଏଠାରେ ଥିବା ଘରର ଗୁଡ଼ିକୁ ବାଉଁଶକୁ ବ୍ୟବହାର କରି ବିଭିନ୍ନ ଢଙ୍ଗରେ ସଜାଯାଏ। ଏଠାକୁ ଆସିଲେ ଆପଣ ସୁନ୍ଦର ଶସ୍ୟଶ୍ୟାମଳା ପରିବେଶ ସହ ସ୍ୱଚ୍ଛ ବାତାବରଣ ପାଇପାରିବେ।
ୟାନା –
କର୍ଣ୍ଣାଟକର ଏହି ରହସ୍ୟମୟ ଗାଁ ବିଷୟରେ ଖୁବ କମ ଲୋକେ ଜାଣିଥିବେ। ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଏକ ପାହାଡ଼ରେ ଏହି ଗାଁ ଅବସ୍ଥିତ। ବଛା ପଥରରେ ଉଚ୍ଚ ପାହାଡରେ ମଧ୍ୟରେ ଏକ ଶିବଲିଙ୍ଗ ଓ ଦେବୀ ପାର୍ବତୀଙ୍କ ମୂର୍ତ୍ତୀ ମଧ୍ୟ ରହିଛି। ଏହି ସ୍ଥାନ ତୀର୍ଥଯାତ୍ରୀ, ପ୍ରକୃତି ପ୍ରେମୀ ସଭିଁଙ୍କୁ ବେଶ ପସନ୍ଦ। ତେଣୁ ପ୍ରତିବର୍ଷ ଏଠାରେ ବହୁଳ ପରିମାଣରେ ଜନସମାଗମ ଦେଖିବାକୁ ମିଳିଥାଏ।
ମାଜୁଲୀ –
ବ୍ରହ୍ମପୁତ୍ର ନଦୀ ନିକଟରେ ଥିବା ଏହି ସ୍ଥାନର ସୌନ୍ଦର୍ଯ୍ୟ ସଭିଁଙ୍କୁ ବେଶ ଆକର୍ଷଣ କରେ। ଏହି ସ୍ଥାନର କେତେକ ସ୍ୱତନ୍ତ୍ରତା ଯେପରି ହାତୀ ମହୌତ୍ସବ, ମାଜୁଲୀ ଓ ଅସମ ଚା’ ମହୌତ୍ସବ ଆଦିକୁ ଦେଖିବା ପାଇଁ ଏଠାରେ ବହୁ ଭିଡ଼ ପରିଲକ୍ଷିତ ହୋଇଥାଏ।
ଇଡ଼ୁକ୍କୀ –
କେରଳରେ ଥିବା ଇଡ଼ୁକ୍କୀ ଗାଁ ନିଜର ପ୍ରାକୃତିକ ସୁନ୍ଦରତା ଓ ଶାନ୍ତ ପରିବେଶ କାରଣରୁ ସଭିଁଙ୍କୁ ବେଶ ଆକର୍ଷଣ କରେ। ଗାଁର ଚାରିପାଖରେ ଥିବା ପାହାଡ଼ ଦୃଶ୍ୟ ମନରେ ରୋମାଞ୍ଚ ସୃଷ୍ଟି କରେ। ପ୍ରକୃତି ପ୍ରେମୀଙ୍କ ପାଇଁ  ଏହି ସ୍ଥାନ ସ୍ୱର୍ଗ ଅଟେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories