www.samajalive.in
Sunday, December 14, 2025
15.1 C
Bhubaneswar

ପଛୁଆବର୍ଗ ସାମାଜିକ ଓ ଶିକ୍ଷାଗତ ସର୍ଭେ ପାଇଁ ଜିଲାସ୍ତରୀୟ ତାଲିମ ଶିବିର

କେନ୍ଦୁଝରଗଡ଼ : ଓଡିଶାର ପଛୁଆବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ ନିମନ୍ତେ ବୁଧବାର ଜିଲାପରିଷଦ ସଭା ଗୃହ ଓ ସଦର ବ୍ଲକ ସଭା ଗୃହରେ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲାସ୍ତରୀୟ ମାଷ୍ଟର ଟ୍ରେନର ଏବଂ ସହରାଞ୍ଚଳ ମାଷ୍ଟର ଟ୍ରେନର ମାନଙ୍କୁ ଏହି ଶିବିରରେ ତାଲିମ ପ୍ରଦାନ କରାଯାଇଥିଲା । ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆାଚାର୍ଯ୍ୟ ଏହି ତାଲିମ ଶିବିରରେ ଯୋଗଦେଇ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। କେନ୍ଦୁଝର ଜିଲା ପାଇଁ ନିୟୋଜିତ ନୋଡାଲ ଅଧିକାରୀ ସୁଧାକର ଶବର, ମାଷ୍ଟର ଟ୍ରେନର ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଚମ୍ପୁଆ ଉପଜିଲାପାଳ ସୁକାନ୍ତ ମାଝୀ, ଆନନ୍ଦପୁର ଉପଜିଲାପାଳ ଅନୀଲ କୁମାର ସେଠୀ ଓଡିଶାର ପଛୁଆବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ ସମ୍ପର୍କିିତ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ତାଲିମ ପ୍ରଦାନ କରିଥିଲେ। ଉକ୍ତ ସର୍ଭେ କାର୍ଯ୍ୟକ୍ରମକୁ ସଠିକ୍‌‌ ଭାବେ ପରିଚାଳନା କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜିଲାପାଳ ଶ୍ରୀ ଠାକରେ ନିର୍ଦ୍ଦେଶ ଦେ଼ଇଛନ୍ତି। ଜିଲା ନୋଡାଲ ଅଫିସରଙ୍କ ଅିଆସନ ଅଫିସର ଶିଶିର ଷଡଙ୍ଗୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ତାଲିମ ଶିବିର ପରେ ଜିଲା ନୋଡାଲ ଅଫିସର କେତେକ ସର୍ଭେ କେନ୍ଦ୍ର ପରିଦର୍ଶନ କରି ସର୍ଭେ ଅନୁଧ୍ୟାନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories