www.samajalive.in
Friday, December 5, 2025
20.1 C
Bhubaneswar

ପୂର୍ବତଟ ରେଳପଥ: ଅତିରିକ୍ତ ଅନ୍ତରାଜ୍ୟ ସ୍ୱତନ୍ତ୍ର ଟ୍ରେନ ବୁକିଂ ସେପ୍ଟେମ୍ବର ୧୦ରୁ , ଟ୍ରେନରେ ଯାଇପାରିବେ କେବଳ ସଂରକ୍ଷିତ ଯାତ୍ରୀ

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ଅତିରିକ୍ତ ଅନ୍ତରାଜ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଚଳ  କରାଯିବ। ଏଥିନେଇ ୫ଟି ଅନ୍ତରାଜ୍ୟ ଟ୍ରେନ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଵିଜ୍ଞପ୍ତି ପ୍ରକାଶ କରାଯାଇଛି। ଦୁର୍ଗ ଓ ଅହମଦାବାଦକୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ, ରାୟଗଡା ମାର୍ଗ ଦେଇ ବିଶାଖାପାଟଣା ଓ କୋର୍ବା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ, ପୂର୍ବତଟ ରେଳପଥ ମଧ୍ୟ ଦେଇ ହାଓଡ଼ା ଓ ତିରୁଚିରାପଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ, ସେପ୍ଟେମ୍ବର ୧୨ରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ସେପ୍ଟେମ୍ବର ୧୦ରୁ ସ୍ୱତନ୍ତ୍ର ଟ୍ରେନ ପାଇଁ ବୁକିଙ୍ଗ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଦନା ଦିଆଯାଇଛି। ଉଭୟ ରେଳବାଇ ଯାତ୍ରୀ ସଂରକ୍ଷଣ କେନ୍ଦ୍ର ଓ ଆଇଆରସିଟିସି ୱେବ ସାଇଟରୁ ଟିକେଟ ଉପଲବ୍ଧ ହୋଇପାରିବ I ସ୍ବତନ୍ତ୍ର ଟ୍ରେନ୍‌ରେ କେବଳ ସଂରକ୍ଷିତ ଯାତ୍ରୀମାନେ ଟ୍ରେନରେ ଯାଇପାରିବେ। ପୂର୍ବରୁ ଚାଲୁଥିବା ନୂଆଦିଲ୍ଲୀରୁ ଭୁବନେଶ୍ୱର, ଭୁବନେଶ୍ୱର ରୁ ମୁମ୍ବାଇ, ଭୁବନେଶ୍ୱର ରୁ ହାଓଡ଼ା/ସିଆଲଦI ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୂର୍ବ ନିର୍ଧାରିତ ସମୟାନୁସାରେ ଚଳାଚଳ କରିବ I

୦୧. ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ଦୈନିକ ସ୍ୱତନ୍ତ୍ର ଟ୍ରେନ (08425/08426): ସେପ୍ଟେମ୍ବର ୧୨ ତାରିଖ ଠାରୁ ଭୁବନେଶ୍ୱର ରୁ ସନ୍ଧ୍ୟା ୭ ଘ. ୫୫ମି.ରେ ଛାଡିବ ଏବଂ ସେପ୍ଟେମ୍ବର ୧୩ ତାରିଖ ଠାରୁ ଅପରାହ୍ନ ୪ ଘ.୧୦ମି.ରେ ଦୁର୍ଗ ଠାରୁ ଛାଡିବ I

- Advertisement -

ରହଣି – ଭୁବନେଶ୍ୱର ଓ ଦୁର୍ଗ ମଧ୍ୟରେ କଟକ, ଢେଙ୍କାନାଳ, ତାଳଚେର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଞ୍ଜି, ଖରିଆର ରୋଡ଼, ବାଗବାହାର, ମହାସମୁନ୍ଦ, ରାଇପୁର ଓ ଭିଲାଇ ପାୱାର ହାଉସ ଠାରେ ଉଭୟ ଦିଗରୁ ରହଣି କରିବ I

୦୨. ରାୟଗଡା ମାର୍ଗ ଦେଇ ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ (08518/08517): ସେପ୍ଟେମ୍ବର ମାସ ୧୨ ତାରିଖ ଠାରୁ ବିଶାଖାପାଟଣା ରୁ ସନ୍ଧ୍ୟା ୮ ଘ. ୦୫ମି. ରେ ଛାଡିବ ଏବଂ ସେପ୍ଟେମ୍ବର ମାସ ୧୩ ତାରିଖ ଠାରୁ କୋର୍ବା ରୁ ଅପରାହ୍ନ ୪ ଘ.୧୦ମି.ରେ ଛାଡିବ

ରହଣି – ବିଶାଖାପାଟଣା ଓ କୋର୍ବା ମଧ୍ୟରେ ବିଜୟନଗରମ, ବୋବିଲି, ପାର୍ବତୀପୁରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼, ମହାସମୁନ୍ଦ, ରାଇପୁର, ଟିଲଡା ନେଓରା, ଭଟପଡ଼ା, ବିଳାସପୁର, ଅକଲତାରା, ଯାଞ୍ଜଗିରି ନାଇଲା ଓ ଚମ୍ପା ଠାରେ ଉଭୟ ଦିଗରୁ ରହଣି କରିବ I

୦୩. ଭୁବନେଶ୍ୱର-ଅହମଦାବାଦ-ଭୁବନେଶ୍ୱର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (08405/08406): ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ଭୁବନେଶ୍ୱର ରୁ ପ୍ରତି ବୁଧବାର ସନ୍ଧ୍ୟା ୬ ଘଟିକାରେ ଛାଡିବ ଓ ସେପ୍ଟେମ୍ବର ମାସ ୧୮ ତାରିଖ ଠାରୁ ଅହମଦାବାଦ ଠାରୁ ପ୍ରତି ଶୁକ୍ରବାର ସନ୍ଧ୍ୟା ୬ ଘ. ୪୦ମି,ରେ ଛାଡିବ I

ରହଣି – ଭୁବନେଶ୍ୱର ଓ ଅହମଦାବାଦ ମଧ୍ୟରେ ଢେଙ୍କାନାଳ, ତାଳଚେର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼, ମହାସମୁନ୍ଦ, ରାଇପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ୱର୍ଧା, ବଡ଼ନେରI, ଅକୋଲା, ମାଲ୍କାପୁର, ଭୁଷାବଲ ଓ ଆନନ୍ଦ ଷ୍ଟେସନ ମାନଙ୍କରେ ରହଣି କରିବ I

୦୪. ତିରୁଚିରାପଲ୍ଲୀ-ହାଓଡ଼ା-ତିରୁଚିରାପଲ୍ଲୀ ଦ୍ବି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (02664/02663): ସେପ୍ଟେମ୍ବର ମାସ ୧୫ ତାରିଖ ଠାରୁ ତିରୁଚିରାପଲ୍ଲୀ ଠାରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଦିନ ଅପରାହ୍ନ ୪ ଘ.୨୦ମି,ରେ ଛାଡିବ ଓ ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ହାଓଡ଼ାରୁ ପ୍ରତି ଗୁରୁବାର ଓ ରବିବାର ଅପରାହ୍ନ ୪ ଘ.୧୦ମି.ରେ ଛାଡିବ I

ରହଣି – ତିରୁଚିରାପଲ୍ଲୀ ଓ ହାଓଡ଼ା ମଧ୍ୟରେ ବିଜୟୱାଡା, ବିଶାଖାପାଟଣା, ବିଜୟନଗରମ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ ଓ ଭଦ୍ରକ ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ I

୦୫. ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (02509/02510): ସେପ୍ଟେମ୍ବର ମାସ ୧୩ ତାରିଖ ଠାରୁ ଗୌହାଟୀ ରୁ ପ୍ରତି ରବି, ସୋମ, ମଙ୍ଗଳ ଦିନ ମାନଙ୍କରେ ସକାଳ ୬ ଘ.୨୦ମି.ରେ ଛାଡିବ ଏବଂ ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ବାଙ୍ଗାଲୋର କେଣ୍ଟ ରୁ ପ୍ରତି ବୁଧ, ଗୁରୁ ଓ ଶୁକ୍ରବାର ଦିନ ମାନଙ୍କରେ ରାତ୍ର ୧୧ ଘ. ୪୦ମି.ରେ ଛାଡିବ I

ରହଣି – ଗୌହାଟୀ ଓ ବାଙ୍ଗାଲୋର ମଧ୍ୟରେ ରଙ୍ଗିଆ, ନ୍ୟୁ ଜଲପାଈଗୁଡ଼ି, ମାଲଦା ଟାଉନ, ହାଓଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟଣା, ବିଜୟୱାଡା ସହିତ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ I

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories