www.samajalive.in
Saturday, December 13, 2025
21.1 C
Bhubaneswar

କୋରାପୁଟ-ସିଙ୍ଗାପୁର ରୋଡ୍ ରେଳ ଲାଇନ ଦୋହରୀକରଣ କାର୍ଯ୍ୟ ଅଗ୍ରଗତି

ଡେସ୍କ: କୋରାପୁଟ-ସିଙ୍ଗାପୁର ରୋଡ୍ (ରାୟଗଡା) ରେଳ ଲାଇନରେ ୧୬୫ କିଲୋମିଟର ଲମ୍ବ ପ୍ରକଳ୍ପରେ ଚାଲୁ ରହିଥିବା ଦୋହରୀକରଣ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ଆହ୍ୱାନ ସତ୍ୱେ କ୍ରମାଗତ ଭାବରେ ଅଗ୍ରଗତି କରିଚାଲିଛି। ରେଳ ସଂଯୋଗୀକରଣ ବୃଦ୍ଧି ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହନ କରିବା ପାଇଁ ଜଟିଳ ଭୌଗଳିକ ଏବଂ ପ୍ରତିକୂଳ ପରିବେଶ ପରିସ୍ଥିତି ସତ୍ୱେ ଏହି ପ୍ରକଳ୍ପଟି ଗୁରୁତ୍ୱପୂର୍ଣ୍ଣ।

ଏହି ପ୍ରକଳ୍ପର ୨୨.୯୪ କିଲୋମିଟର ଲମ୍ବ ଲକ୍ଷ୍ମୀପୁର ଏବଂ ଟିକିରି ମଧ୍ୟରେ ରେଳ ଲାଇନ ଦୋହରୀକରଣ କାର୍ଯ୍ୟକୁ ସଫଳତାର ସହ ସମାପ୍ତ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି। ଭୂସ୍ଖଳନ ପ୍ରବଣ ଅଞ୍ଚଳ ଟିକିରି ଏବଂ ଭାଲୁମାସ୍କା ଷ୍ଟେସନ ମଧ୍ୟରେ ୪୫.୪୬ କିଲୋମିଟର ଦୂରତା ବିଶିଷ୍ଟ ରେଳ ସେକ୍ସନ ମଧ୍ୟରେ ଟନେଲ ଏବଂ ସେତୁ ନିର୍ମାଣ ପାଇଁ ମଧ୍ୟ ଟେଣ୍ଡର ଆହ୍ୱାନ କରାଯାଇଛି। ଲକ୍ଷ୍ମୀପୁର ରୋଡ୍ ଏବଂ ବାଇଗୁଡା ମଧ୍ୟରେ ୨୭.୮୨ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି।

- Advertisement -

କୋରାପୁଟ-ରାୟଗଡା ରେଳ ମାର୍ଗ ଓ ଟିକିରି-ଭାଲୁମାସ୍କା ରେଳ ସେକ୍ସନ ପ୍ରମୁଖ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ଅବସ୍ଥିତ। ବର୍ତ୍ତମାନ କୋରାପୁଟ-ରାୟଗଡା ରେଳ ମାର୍ଗରେ ୩୬ଟି ଟନେଲ୍ ଥିବାବେଳେ ଦୋହରୀକରଣ କାର୍ଯ୍ୟରେ ୩୨ଟି ଟନେଲ ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି। ସେଥିମଧ୍ୟରେ ଟିକିରି ଏବଂ ଭାଲୁମାସ୍କା ମଧ୍ୟରେ ୧୯ଟି, ଭାଲୁମାସ୍କା ଏବଂ ସିଙ୍ଗାପୁର ରୋଡ୍ ମଧ୍ୟରେ ୯ଟି ଏବଂ ବାଇଗୁଡା ଏବଂ ଲକ୍ଷ୍ମୀପୁର ରୋଡ୍ ମଧ୍ୟରେ ୪ଟି ଟନେଲ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟରେ ଉଚ୍ଚ ପର୍ବତ ଶୃଙ୍ଗ ସହିତ ଖାଇ ମଧ୍ୟ ରହିଛି। ଗୋଟିଏ ପାର୍ଶ୍ୱରେ ପାହାଡ ଦ୍ୱାରା ସୀମାନ୍ତ ଥିବାବେଳେ ଅନ୍ୟ ପାର୍ଶ୍ୱରେ ୧୦୦ ମିଟରରୁ ଅଧିକ ଖାଇ ଅବସ୍ଥିତ ଓ ଗଭୀର ଉପତ୍ୟକା ଅବସ୍ଥିତ ଥିବା ଦ୍ୱାରା ଏହି ପ୍ରକଳ୍ପର ନିର୍ମାଣ ଉଭୟ ଏକ ବଡ଼ ଆହ୍ୱାନ ଏବଂ ବିପଜ୍ଜନକ। ଏହି ପ୍ରକଳ୍ପର ଦୀର୍ଘତମ ଟନେଲ୍ ୨ କିଲୋମିଟର ଲମ୍ବ। ଏହି ରେଳ ଲାଇନ ପ୍ରକଳ୍ପ ଏକ ଘାଟ ସେକ୍ସନ ଏବଂ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଦେଇ ଅତିକ୍ରମ କରୁଥିବାରୁ ପରିବେଶର ପ୍ରଭାବକୁ କମ୍ କରିବାକୁ ଯୋଜନା କରାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories