www.samajalive.in
Sunday, December 7, 2025
16.1 C
Bhubaneswar

ଟ୍ରେଡ୍‌ ଲାଇସେନ୍ସ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ବର : ଛୋଟ ହେଉ ବା ବଡ଼ କୌଣସି ବ୍ୟବସାୟୀ ବିନା ଟ୍ରେଡ୍‌ ଲାଇସେନ୍ସ(ବ୍ୟବସାୟ ଅନୁମିତ)ରେ ବ୍ୟବସାୟ କରୁଥିଲେ ଏଣିକି ମହଙ୍ଗା ପଡ଼ିବ। ନିର୍ଦ୍ଧାରିତ ସମୟରେ ଅନୁମତିପତ୍ର ହାସଲ ନ କଲେ ଆଉ ବ୍ୟବସାୟ କରିପାରିବେ ନାହିଁ। ଏପରିକି ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ, ମଲ୍‌ ସିଲ୍‌ କରିଦେବ ବିଏମ୍‌ସି।
ଭୁବନେଶ୍ବରରେ ହଜାର ହଜାର ବ୍ୟବସାୟୀ ବିନା‌ ଟ୍ରେଡ୍‌ ଲାଇସେନ୍ସରେ ବ୍ୟବସାୟ କରୁଥିବାରୁ ବିଏମ୍‌ସିକୁ କୋଟି କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡୁଛି। ରାଜଧାନୀର କଳେବର ବଢ଼ିବା ସହିତ ବିକାଶ ପ୍ରକ୍ରିୟା ଚାଲିଛି। ଦୈନିକ କିଛି ନା କିଛି ଦୋକାନ, ମଲ୍‌ , କାର୍ଯ୍ୟାଳୟ ଆଦି ଖୋଲୁଛି। ସେମା‌େ‌ନ ବିଏମ୍‌ସି ଯୋଗାଉଥିବା ସୁବିଧା ପାଉଥିଲେ ମଧ୍ୟ ବ୍ୟବସାୟ ଅନୁମତି ନେଇ ନଥିବାରୁ ବାଣିଜ୍ୟ କର ଦେଉ ନାହାନ୍ତି । ଏହାଦ୍ବାରା ବିଏମ୍‌ସି ବିପୁଳ ପରିମାଣର ରାଜସ୍ବ କ୍ଷତି ସହୁଛି। ପୂର୍ବ ସର୍ଭେ ଅନୁସାରେ ଭୁବନେଶ୍ବରରେ ପ୍ରାୟ ୧୩ ହଜାର ବ୍ୟବସାୟିକ ୟୁନିଟ୍ ବିଏମ୍‌ସିଠାରୁ ଟ୍ରେଡ୍‌ ଲାଇସେନ୍ସ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କ ଅନୁମତି ଅବଧି ସରିଯାଇଥିବାବେଳେ ସେମାନେ ରିନ୍ୟୁ କରୁ ନାହାନ୍ତି। ଏହାଛଡ଼ା ଯେଉଁମାନେ ଏଯାଏଁ ବ୍ୟବସାୟ ଅନୁମତି ହାସଲ କରି ନାହାନ୍ତି ସେମାନେ ମଧ୍ୟ ବିଏମ୍‌ସିକୁ ବାଣିଜ୍ୟ କର ଦେଉ ନାହାନ୍ତି । ଫଳରେ ବିଏମ୍‌ସି କୋଟି କୋଟି ଟଙ୍କା ରାଜସ୍ବ ହରାଉଛି। ଏଥିପାଇଁ ବିଏମ୍‌ସି ରାଜଧାନୀର ୬୭ଟି ୱାର୍ଡରେ ଥିବା‌ ସମସ୍ତ ବ୍ୟବସାୟିକ ସଂସ୍ଥାର ଟ୍ରେଡ୍‌ ଲାଇସେନ୍ସ ଯାଞ୍ଚ କରିବ । ସର୍ଭେ‌ ପ୍ରକ୍ରିୟା ଆସନ୍ତା ଡିସେମ୍ବର ଶେଷ କିମ୍ବା ଆଗାମୀ ବର୍ଷ ଜାନୁଆରୀରୁ ହେବ। ୩୦ଦିନରେ ସର୍ଭେ କାମ ସରିବ। ଯେଉଁମାନଙ୍କର ଟ୍ରେଡ୍‌ ଲାଇସେନ୍ସ ନାହିଁ ସେମାନେ ଏହା କରିବାକୁ ବାଧ୍ୟ ହେବେ। ନଚେତ୍‌ ବ୍ୟବସାୟ କରିପାରିବେନି। ଏହା ସହିତ ଯାହାଙ୍କ ଅନୁମତିପତ୍ରର ଅବଧି ସରିଯାଇଛି ସେମାନେ ସର୍ଭେ ସମୟରେ ନିଜର ସମସ୍ତ ଦସ୍ତାବିଜ୍‌ ଦାଖଲ କରିବେ। ପରେ ବିଏମ୍‌ସିରେ ଆବଶ୍ୟକ କାଗଜପତ୍ର ଦାଖଲ କରି ରିନ୍ୟୁ କରିବେ ବୋଲି ବିଏମ୍‌ସି ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି।

କେଉଁମାନେ ଟ୍ରେଡ୍‌ ଲାଇସେନ୍ସ କରିବାକୁ ବାଧ୍ୟ
୧. ଦୋକାନ, ମଲ୍‌, ବିକ୍ରୟ ନିମନ୍ତେ ଷ୍ଟୋର୍‌ ରୁମ୍‌
୨. ଯେକୌଣସି ଘରୋଇ କାର୍ଯ୍ୟାଳୟ
୩. ଆର୍କିଟେକ୍‌, ଅାଡ୍‌ଭୋକେଟ୍‌ ଚାମ୍ବର, କନ୍‌ସଲଟାଣ୍ଟ, ଫାଇନାନ୍ସିଆଲ୍‌ ଆଡଭାଇଜର କାର୍ଯ୍ୟାଳୟ
୪. ଘରୋଇ କ୍ଲିନିକ୍‌, ନର୍ସିଂ ହୋମ୍‌, ହସ୍ପିଟାଲ
୫. ରିକ୍ରେସନାଲ ସେଣ୍ଟର, ସ୍ପା’, ହୋଟେଲ, ରେସ୍ତୋରାଁ
୬. ଘରୋଇ ସ୍କୁଲ, କଲେଜ, ଏଜୁକେସନ‌ାଲ ଇନ୍‌ଷ୍ଟିଚ୍ୟୁଟ୍‌, ଘରୋଇ ଟ୍ୟୁସନ୍‌
୭. ଘରୋଇ ମଣ୍ଡପ, ବିବାହ ହଲ୍‌, କାର୍ଯ୍ୟକ୍ରମ ହଲ୍‌,
୮. ସିନେମା ହଲ୍‌, ସ୍ପୋର୍ଟିଂ କ‌େ‌ମ୍ପ୍ଲକ୍ସ, ଇଣ୍ଡୋର ଗେମ୍‌, ଫନ୍‌ ଆକ୍ଟିଭିଟିଜ୍‌, ଜିମ୍‌ନାସିୟମ
୯. ଶିଳ୍ପ ପ୍ରତିଷ୍ଠାନ
୧୦. ଅନ୍ୟାନ୍ୟ ଲାଭକାରୀ ସଂସ୍ଥା

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories