www.samajalive.in
Monday, December 8, 2025
14.1 C
Bhubaneswar

ପିଓକେରେ ସେନାର ‘ପିନ୍-ପଏଣ୍ଟ’ ଅପରେସନ; ଆତଙ୍କବାଦୀ ଶିିବିର ଧ୍ବଂସ

ନୂଆଦିଲ୍ଲୀ : ସୀମାରେ ଆତଙ୍କବାଦୀଙ୍କ ବାରମ୍ବାର ଅନୁପ୍ରବେଶକୁ ପ୍ରତିହତ କରିବା ଲାଗି ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିର (ଲଞ୍ଚ ପ୍ୟାଡ) ଉପରେ ‘ପିନ୍‌-ପଏଣ୍ଟ’ ଅପରେସନ କରିଛି। ଏହି ଅପରେସନରେ ଆତଙ୍କବାଦୀଙ୍କ ଅନେକ ଶିବିର ଧ୍ବଂସ ହୋଇଛି। ଲଞ୍ଚ ପ୍ୟାଡରେ ଆତଙ୍କବାଦୀମାନେ ଅନୁପ୍ରବେଶ ନିମନ୍ତେ ପ୍ରସ୍ତୁତ ହୋଇ ରହିଥାନ୍ତି। ପାକ୍ ସେନା ସହାୟତାରେ ଏହି ଆତଙ୍କବାଦୀମାନେ ଭାରତ ସୀମାକୁ ଅନୁପ୍ରବେଶ କରିଥାନ୍ତି। ଆତଙ୍କବାଦୀଙ୍କ ବାରମ୍ବାର ଅନୁପ୍ରବେଶ ଉଦ୍ୟମକୁ ଦେଖି ଏହିସବୁ ସ୍ଥାନ ଉପରେ ଭାରତୀୟ ସେନା ପିନ୍‌-ପଏଣ୍ଟ ଆକ୍ରମଣ କରିଛି। ବିଦେଶୀ ଆତଙ୍କବାଦୀଙ୍କୁ ନିପାତ କରିବା ଲକ୍ଷ୍ୟରେ ଏହି ପିନ-ପଏଣ୍ଟ ଅପରେସନ କରିଛି। ଏହି ଆକ୍ରମଣ ପରଠାରୁ ଗୁରୁବାର ସୀମାରେ କୌଣସି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇ ନଥିବା ସରକାରୀ ସୂତ୍ରୁରୁ ସୂଚନା ମିଳିଛି।
ଶୀତ ଋତୁ ଆରମ୍ଭରେ ପାକିସ୍ତାନ ପଟୁ ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରକୁ ଅନୁପ୍ରବେଶ କରିଥାନ୍ତି। ପାକିସ୍ତାନ ​‌େ​‌ସନା ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତ ସେନା ସହିତ ସଂଘର୍ଷ ଚଳାଇଥିବାବେଳେ ଏହାର ସୁଯୋଗରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିଥାନ୍ତି। ଗତ ସପ୍ତାହରେ ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଭାରତର ୫ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ୪ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଭାରତ ସେନା ଏହାର କଡା ଜବାବ ଦେଇଥିଲା। ଯେଉଁଥିରେ ପାକିସ୍ତାନର ୧୨ ସୈନିକ ପ୍ରାଣ ହରାଇଥିଲେ। ଚଳିତବର୍ଷ ପାକିସ୍ତାନର ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ୨୧ଜଣ ସାଧାରଣ ନାଗରିକ ପ୍ରାଣ ହରାଇଲେଣି। ଗତବର୍ଷ ଏହି ସଂଖ୍ୟା ୧୮ଥିଲା।
ପାକିସ୍ତାନ ମାଟିରେ ସକ୍ରିୟ ରହିଥିବା ଆତଙ୍କବାଦୀଙ୍କୁ ଦମନ ନିମନ୍ତେ ଆନ୍ତର୍ଜାତିକ ସଂଗଠନ ଏଫଏଟିଏଫ ଇସଲାମାବାଦ ଉପରେ ଚାପ ପକାଇଛି। ଏଫଏଟିଏଫର ଏହି ଚାପ ସତ୍ତ୍ବେ କାଶ୍ମୀରରେ ଅଶାନ୍ତ ପରିବେଶ ସୃଷ୍ଟି କରିବା କାର୍ଯ୍ୟକୁ ପାକିସ୍ତାନ ସୁନିୟନ୍ତ୍ରିତ ଯୋଜନା ଚଳାଇଛି। ଜାମ୍ମୁ-କାଶ୍ମୀରରେ ଅଶାନ୍ତ ପରିବେଶ ସୃଷ୍ଟି ସହିତ ଏହାର ଯୁବକଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ଲାଗି ଇସଲାମାବାଦ ପ୍ରୟାସ କରିଆସୁଛି। ଆତଙ୍କବାଦୀ କାର୍ଯ୍ୟରେ ପାକିସ୍ତାନ ସମ୍ପୃକ୍ତିର ଯେପରି କୌଣସି ପ୍ରମାଣ ମିଳିପାରିବ ନାହିଁ ତା’ ଉପରେ ମଧ୍ୟ ଇସଲାମାବାଦ ଧ୍ୟାନ ଦେଇଛି। ନିୟନ୍ତ୍ରଣ ରେଖା ନିକଟ ଭାରତ ସୀମା ମଧ୍ୟରେ ରହୁଥିବା ସାଧାରଣ ନାଗରିକଙ୍କୁ ପାକିସ୍ତାନ ନିଜ ପକ୍ଷରେ ନେବାକୁ ସର୍ବଦା ଉଦ୍ୟମ ଚଳାଇଛି। ପାକିସ୍ତାନର ନୀତି ଓ ନିଷ୍ପତ୍ତିକୁ ମାନି ଚଳିବାକୁ ସୀମାନ୍ତ ନାଗରିକଙ୍କୁ ଇସଲାମାବାଦ ଏକ ପ୍ରକାର ବାଧ୍ୟ କରିଛି। ଅନ୍ୟଥା ଅସ୍ତ୍ରବିରତି ମାଧ୍ୟମରେ ସେମାନଙ୍କୁ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡିବ ବୋଲି ପାକିସ୍ତାନ ପରୋକ୍ଷ ଚେତାବନୀ ଦେଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories