www.samajalive.in
Sunday, December 7, 2025
15.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲ : ଝୁଲିରହିଛି କୋଭିଡ ଆଇସିୟୁ, ବାଧକ ଅକ୍ସିଜେନ ପ୍ଲାଣ୍ଟ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ କୋଭିଡ ଆଇସିୟୁକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ବାଧକ ସାଜିଛି ଅକ୍ସିଜେନ ପ୍ଲାଣ୍ଟ। ଆଇସିୟୁ ନିମନ୍ତେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବାବେଳେ ଅକ୍ସିଜେନ ସଂଯୋଗ ହେଲେ କାର୍ଯ୍ୟକ୍ଷମ ହେବ ମାତ୍ର ଏହାକୁ ନେଇ ଏବେ ଚିନ୍ତିତ କର୍ତ୍ତୃପକ୍ଷ। କାରଣ ଅକ୍ସିଜେନ ପ୍ଲାଣ୍ଟ ନେଇ ସ୍ଥାନର ଅଭାବ ରହିଛି। ଯାହାକୁ ଘରୋଇ ଆମ୍ବୁଲାନ୍ସ କର୍ମଚାରୀ ଦଖଲ କରି ରଖିଛନ୍ତି। ଦୀର୍ଘ ଦୁଇମାସ ହେବ ଏଠାରେ କୋଭିଡ ଆଇସିୟୁ କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲେ ହେଁ ଏହାର କାର୍ଯ୍ୟକ୍ଷମ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗୁରୁତର କରୋନା ରୋଗୀଙ୍କୁ ଏଠାରେ ରଖିବା ପାଇଁ ୧୦ଟି ଆଇସିୟୁ ଶଯ୍ୟା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଜାଗା ଚିହ୍ନଟ ହୋଇ କର୍ତ୍ତୃପକ୍ଷ ଯାଞ୍ଚ ବି କଲେ। ମଞ୍ଜୁରୀ ମିଳିଲା, ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇ କାର୍ଯ୍ୟ ଆରମ୍ଭ ହେଲା ଆଉ ଘର ନିର୍ମାଣ ସରିଲା। ହେଲେ ଅକ୍ସିଜେନ କିଭଳି ଆଇସିୟୁକୁ ଯୋଗାଇଦିଆଯିବ ସେ ନେଇ ଏପର୍ଯ୍ୟନ୍ତ ବାଟ ଫିଟିପାରୁନାହିଁ। ଘରୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସେଠାରୁ ହଟିବାକୁ କୁହାଯାଇଥିଲା ମାତ୍ର ହଟିବା ବଦଳରେ ହସ୍ପିଟାଲ ବିରୋଧରେ କେସ କରିଛନ୍ତି। ଯାହା ଏବେ ବିଚାରାଧୀନ ରହିଛି। ମାମଲା କୋର୍ଟରେ ଗଡୁଛି। କର୍ତ୍ତୃପକ୍ଷ କୋର୍ଟ ଯାଇ ନୟାନ୍ତ ହେଲେଣି
ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, କୋର୍ଟରେ କେସ୍‌ ହୋଇଛି। ଏ କ୍ଷେତ୍ରରେ ସରକାର ଯାହା ନିଷ୍ପତ୍ତି ନେବେ। ମାତ୍ର ଘର ତିଆରି ହୋଇସାରିଛି। ସୂଚନା ଅନୁସାରେ ଆଇଡିଏଚ୍‍ରେ କୋଭିଡ ଆଇସିୟୁ ନେଇ ସରକାର ନିର୍ଦେଶ ଦେଇଥିଲେ। ଏଥିରେ ୧୦ ଆଇସିୟୁ ଶଯ୍ୟା ସହିତ ୮ ସାଧାରଣ ଶଯ୍ୟା ହେବା ନେଇ ଯୋଜନା ରହିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories