www.samajalive.in
Friday, December 12, 2025
15.1 C
Bhubaneswar

ଚୋରା କାଠ ବୋଝେଇ ଟ୍ରାକ୍ଟର ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଡଳଙ୍ଗପାଣି ଗ୍ରାମରୁ ଗତ ରାତିରେ ଏକ ଚୋରା କାଠ ବୋଝେଇ ଟ୍ରାକ୍ଟରକୁ ବନବିଭାଗ ଜବତ କରିଛି। ଗ୍ରାମରେ ଏକ ଶାଳ ଗଛ କାଟି କାଠ ଚୋରା ଚାଲାଣ ହେଉଥିବା ସମ୍ପର୍କରେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବନ ବିଭାଗକୁ ଦେଖି କାଠ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ବନ ବିଭାଗ ଚୋରା କାଠ ବୋଝେଇ ଟ୍ରାକ୍ଟରଟିକୁ ଜବତ କରିଥିଲା । ଜବତ ଟ୍ରାକ୍ଟରଟିକୁ ପାଟଣା ବନ କାର୍ଯ୍ୟାଳୟକୁ ଅଣାଯାଇଥିବାବେଳେ ଏଥିରେ ୫ଟି ଶାଳ ଗଡ ରହିଥିଲା । ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନବିଭାଗ ସୂଚନା ଦେଇଛି। ଏହି ଚଢ଼ାଉରେ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର, ବନପାଳ ପିଅନ ନାଏକ, ବନରକ୍ଷୀ ଦେବଜାନୀ ମହାନ୍ତ ଓ ପାରା କର୍ମଚାରୀ ସାମିଲ ଥିଲେ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories