www.samajalive.in
Wednesday, December 10, 2025
14.1 C
Bhubaneswar

ଢୁଲୁ ଘାଟିରେ ଟ୍ରାକ୍ଟର ଓଲଟି ଚାଳକ ମୃତ, ଜଣେ ଆହତ

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଏବଂ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ଢୁଲୁ ଘାଟିରେ ଗତ ରାତିରେ ଏକ ନମ୍ବର ବିହୀନ ଟ୍ରାକ୍ଟର ଓଲଟି ପଡିବାରୁ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଆହତ ହୋଇଛନ୍ତି। ତେବେ ପୁଲିସକୁ ଦୁର୍ଘଟଣା ସମ୍ପର୍କରେ କୌଣସି ସୂଚନା ନ ଦେଇ ମୃତ ଚାଳକଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବା ସମୟରେ ଜୟପାଟଣା ପୁଲିସ ମୃତଦେହ ଜବତ କରି ମାମଲା ରୁଜୁ କରିଛି ।

ସୂଚନା ଅନୁସାରେ, ଗତ ରାତିରେ ଜୟପାଟଣା ବ୍ଲକ ଅନ୍ତର୍ଗତ ଚାଚିଗୁଡା ଗ୍ରାମର ଏକ ନମ୍ବର ବିହୀନ ମହିନ୍ଦ୍ରା ଟ୍ରାକ୍ଟର ନବରଙ୍ଗପୁର କାମତାରୁ ଚାଚିଗୁଡା ଫେରୁଥିବା ବେଳେ ଢୁଲୁଘାଟିରେ ଓଲଟି ପଡିବାରୁ ଘଟଣାସ୍ଥଳରେ ଟ୍ରାକ୍ଟର ଚାଳକ ଚାଚିଗୁଡା ଗ୍ରାମର ଅକୁର ପୁଝାରି (୨୨)ଙ୍କ ମୃତ୍ୟୁ ଘଟିଥିଲା ଏବଂ ଶ୍ରମିକ ଉପେନ୍ଦ୍ର ଆହତ ହୋଇଥିଲେ । ହେଲେ ଟ୍ରାକ୍ଟର ଦୁର୍ଘଟଣା ସମ୍ପର୍କରେ ପୁଲିସକୁ କୌଣସି ସୂଚନା ନ ଦିଆଯାଇ ଘଟଣାକୁ ଚପାଇ ଦେବା ପାଇଁ ମୃତ ଚାଳକଙ୍କ ଶବ ସଂସ୍କାର ପାଇଁ ଵ୍ୟଵସ୍ଥା କରାଯାଉଥିବା ବେଳେ କୌଣସି ସୂତ୍ରରୁ ଜୟପାଟଣା ପୁଲିସ ଖବର ପାଇ ତ୍ୱରିତ ପଦକ୍ଷେପ ନେଇ ଟ୍ରାକ୍ଟର ଏବଂ ଶବ ଜବତ କରିଛି। ଏଥିସହ ଜୟପାଟଣା ଥାନାରେ ଏକ ମାମଲା ରୁଜୁ କରି ଜୟପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

- Advertisement -

ଅପରପକ୍ଷରେ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରଟି ବିନା କାଗଜପତ୍ରରେ ଚାଲୁଥିବା ତଦନ୍ତରୁ ଜଣାପଡ଼ିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବିନା କାଗଜ ପତ୍ରରେ ଏହି ଟ୍ରାକ୍ଟର ଚାଲୁଥିଲା କିପରି ଏବଂ ଏହି ଟ୍ରାକ୍ଟରକୁ ଦେଇଥିଲା କିଏ ? ଜୟପାଟଣା ଥାନା ଅଞ୍ଚଳରେ ବିଭିନ୍ନ କମ୍ପାନୀର ଟ୍ରାକ୍ଟର ଏବଂ ଟ୍ରଲି ବିନା ପଞ୍ଜିକରଣରେ ଟିକସ ଫାଙ୍କି ଚାଲୁଥିଲେ ହେଁ ପୁଲିସ କିମ୍ବା ପରିବହନ ବିଭାଗର କିପରି ଦୃଷ୍ଟି ପଡ଼ୁନାହିଁ ବୋଲି ସାଧାରଣରେ ସ​‌ନ୍ଦେ​‌ହ ପ୍ରକାଶ ପାଉଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories