www.samajalive.in
Thursday, December 11, 2025
26.1 C
Bhubaneswar

ରାସ୍ତା କଡରୁ ବୃଦ୍ଧଙ୍କୁ ଉଦ୍ଧାର କଲେ ସମାଜସେବୀ

ପିପିଲି: ପିପୁଲ ଫର ସେବା ସଂସ୍ଥାର ସମାଜସେବୀମାନେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ବୁଲୁଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାରେ ଆଶ୍ରୟ ଦେଇଛନ୍ତି । ପିପିଲି ବ୍ଲକ ଅନ୍ତର୍ଗତ ତେଇସିପୁର ବଜାର ଠାରେ ରାସ୍ତା କଡରେ ଏକ ବାଲିଗଦାରେ ଜଣେ ଅପରିଚିତ ବୃଦ୍ଧ ବ୍ୟକ୍ତି ଶୋଇଥିବାର ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଶନିବାର ସଂନ୍ଧ୍ୟାରେ କେତେକ ଲୋକେ ପିପୁଲ ଫର ସେବା ସଂସ୍ଥାକୁ ଖବର ଦେଇଥିଲେ। ଯୁବ ସମାଜସେବୀ ପ୍ରକାଶ କୁମାର ସାହୁଙ୍କ ସମେତ ସଂସ୍ଥାର ଅନ୍ୟ କର୍ମକର୍ତ୍ତାମାନେ ସେଠାରେ ପହଞ୍ଚି ଉକ୍ତ ବୃଦ୍ଧଙ୍କୁ ଉଦ୍ଧାର କରି ପିପିଲି ଥାନାକୁ ଆଣିଥିଲେ।

 

- Advertisement -

ଏହି ବୃଦ୍ଧ ବ୍ୟକ୍ତିଙ୍କୁ ବହୁ ସମୟ ଧରି ପଚରାଉଚୁରା କରିବା ପରେ ତାଙ୍କ ଘର ଜଗତସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳରେ ହୋଇଥିବା ଜଣାପଡିଥିଲା। ପିପିଲି ଆଇଆଇସି ଅଭିମନ୍ୟୁ ନାୟକ ତିର୍ତ୍ତୋଲ ଥାନା ସହ ଯୋଗାଯୋଗ କରିବା ପରେ ତାଙ୍କ ପରିବାରକୁ ଖବର ଦିଆଯାଇଛି। ବୃଦ୍ଧବ୍ୟକ୍ତିଙ୍କୁ ଥାନା ପରିସରରେ ଆଇଆଇସି ଆଶ୍ରୟ ଦେଇଥିବାବେଳେ ତାଙ୍କୁ ନେବାକୁ କେହି ନ ଆସିଲେ ବୃଦ୍ଧାଶ୍ରମରେ ଛଡ଼ାଯିବ ବୋଲି ପିପିଲି ଆଇଆଇସି ସୂଚନା ଦେଇଛନ୍ତି। ପିପୁଲ ଫର ସେବା ସଂସ୍ଥାର ଏହି ସମାଜସେବାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories