www.samajalive.in
Tuesday, December 9, 2025
16.1 C
Bhubaneswar

ଆସନ୍ତା କାଲି ଭାରତ ବନ୍ଦ ପାଇଁଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଭୁବନେଶ୍ୱର: ଜାନୁଆରୀ ୮ ଅର୍ଥାତ୍ ଆସନ୍ତକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ପାଳନ ଡାକରା ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ଏନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ମିଳିଛି।

ସୂଚନା ଯୋଗ୍ୟ, ଆସନ୍ତାକାଲି ଏନଡିଏ ସରକାରଙ୍କ ଦମନକାରୀ ନୀତି ପ୍ରତିବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ଦେଶର ବିଭିନ୍ନ କୃଷକ ସଙ୍ଗଠନ ସମର୍ଥନ କରୁଛି ବୋଲି ଶ୍ରମିକ ସଙ୍ଗଠନ ସିଟୁର ସାଧାରଣ ସମ୍ପାଦକ ତପନ ସେନ କହିଛନ୍ତି। ଏହି ୨୪ ଘଣ୍ଟିଆ ବନ୍ଦ ପାଳନରେ ଲକ୍ଷଲକ୍ଷ ଶ୍ରମିକଙ୍କ ସହ ବ୍ୟାଙ୍କ କର୍ମଚାରୀ, ଶିକ୍ଷକ, ବୀମା କ୍ଷେତ୍ରର କର୍ମଚାରୀ ଏବଂ ରେଳବାଇରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ବନ୍ଦର ଶ୍ରମିକ ମାନେ ମଧ୍ୟ ସାମିଲ ହେବେ ବୋଲି ଜଣାପଡିଛି। ୨୪ ଘଣ୍ଟିଆ ଭାରତ ବନ୍ଦ ପାଳନ ଫଳରେ ସାରା ଦେଶରେ ଗାଡି ମୋଟର ଚଳାଚଳ ସହ ରେଳ ସେବା, ବ୍ୟାଙ୍କ ସେବା ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସେବା ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories