www.samajalive.in
Sunday, December 7, 2025
18.1 C
Bhubaneswar

ପାଇଖାନା କାର୍ଯ୍ୟ ସରିବାର ହେଲାଣି ୫ ବର୍ଷ ,ବ୍ଲକକୁ ଧାଇଁ ଧାଇଁ ମିଳୁନି ପ୍ରାପ୍ୟ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ଗତ ୫ବର୍ଷ ଭିତରେ ବହୁ ବି.ଡି.ଓ ଏବଂ କନିଷ୍ଠ ଯନ୍ତ୍ରୀ ଏଠାରୁ ବଦଳି ହୋଇ ଗଲେଣି । କିନ୍ତୁ ଏକ ମହିଳା ସଙ୍ଗଠନ ବେଗୁନିଆ ବ୍ଲକ ରାଉତପଡ଼ା ପଂଚାୟତ ଅନ୍ତର୍ଗତ ଠଣକ୍ଷପଲ୍ଲୀ ଆଦିବାସୀ ସାହିରେ ସ୍ୱଚ୍ଛଭକ୍ଷରତ ଯୋଜନାରେ ୩୮ଟି ପାଇଖାନା ନିର୍ମାଣ କରି ଦୀର୍ଘ ୫ ବର୍ଷ ହେଲା ବ୍ଲକକୁ ଧାଇଁ ଧାଇଁ ଏଯାଏଁ ପ୍ରାପ୍ୟ ନପାଇବା ନିଶ୍ଚୟ ପରିତାପର ବିଷୟ । ବ୍ଲକ ପ୍ରଶାସନ ସମ୍ପୃକ୍ତ ମହିଳା ସଂଗଠନକୁ ସେମାନଙ୍କର ପ୍ରାପ୍ୟ ନଦେଇ ସମ୍ପୃକ୍ତ ଗ୍ରାମକୁ ବାହ୍ୟ ମଳ ମୁକ୍ତ ଗାଁ ବୋଲି ଘୋଷଣା କରି ସମ୍ପୃକ୍ତ ଗ୍ରାମରେ ବିଭାଗ ତରଫରୁ ନେଇ ବୋର୍ଡ ମାରିବା ନିଶ୍ଚୟ ହାସ୍ୟାସ୍ପଦ । ପ୍ରଶ୍ନ ହେଉଛି ଯେ ପର୍ଯ୍ୟନ୍ତ ସମ୍ପୃକ୍ତ ଅନୁଷ୍ଠାନ ନିର୍ମାଣ ବାବଦ ପ୍ରାପ୍ୟ ପାଇନାହାନ୍ତି ତାହାକୁ ପ୍ରଶାସନ ନିଜ ଅଧିନକୁ ନେଲା କେମିତି ? ମହିଳା ସଂଗଠନ ସେମାନଙ୍କର ନିର୍ମାଣ ବାବଦ ଅର୍ଥ ପାଇ ସାରିବା ପରେ ପ୍ରଶାସନ ତରଫରୁ ସେଠାରେ ବାହ୍ୟ ମଳ ମୁକ୍ତ ଗାଁ ବୋର୍ଡ ମରାଯାଇଥିଲେ କେହି ଅଙ୍ଗୁଳି ଉଠାଇ ପାରି ନଥାନ୍ତେ । ବର୍ତ୍ତମାନ ଯେତେବେଳେ ନିର୍ମାଣକାରୀ ସଂଗଠନକୁ ସେମାନଙ୍କର ପ୍ରାପ୍ୟ ଦିଆ ନ ଯାଇ ଏହି ବୋର୍ଡ ମରାଯାଇଛି ସେଥିପାଇଁ ନିର୍ମାଣକାରୀ ସଂଗଠନ ଉଇମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫେ ୟାର (ଓସ୍ବ)ର ସମ୍ପାଦିକା ଜ୍ୟୋତ୍ସ୍ନା ଦାସ ଏବେ ପ୍ରଶାସନ ପ୍ରତି ଅଙ୍ଗୁଳି ଉଠାଇଛନ୍ତି । ପ୍ରଶାସନ ତାଙ୍କର ପ୍ରାପ୍ୟ ନଦେଇ ବାରମ୍ବାର ତାଙ୍କୁ ବ୍ଲକକୁ ଦଉଡାଇ ହଇରାଣ ହରକତ କରୁଥିବାବେଳେ କେଉଁ ନ୍ୟାୟରେ ପ୍ରଶାସନ ସମ୍ପୃକ୍ତ ଗ୍ରାମକୁ ବାହ୍ୟ ମଳ ମୁକ୍ତ ଗାଁ ବୋଲି ଘୋଷଣା କରି ସେଠାରେ ବୋର୍ଡ ଲଗାଇଛି । ତୁରନ୍ତ ତାଙ୍କର ପ୍ରାପ୍ୟ ପ୍ରଦାନ କରାନଗଲେ ସେ କୋର୍ଟର ଆଶ୍ରୟ ନେବେ ବୋଲି ଜଣାଇଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ଗାଁ ଗହଳିରେ ଘରେ ଘରେ ପାଇଖାନା ତିଆରି କରିବା ପାଇଁ କେନ୍ଦ୍ର ସରକାର ପ୍ରୋତ୍ସାହନ ରାଶିଦେବା ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଥିବା ବେଳେ କିଛି ନ୍ୟସ୍ତ ସ୍ୱାର୍ଥ ବିଭାଗୀୟ କର୍ମଚାରୀଙ୍କ ଯୋଗୁଁ ଏହି ଯୋଜନା ବେଗୁନିଆ ବ୍ଲକରେ ଦିଗହରକ୍ଷ ହୋଇଥିବାର ଦେଖିବାକୁ ମିଳୁଛି । ବ୍ଲକ କର୍ମଚାରୀଙ୍କ ଯୋଗୁଁ ଏହି ଲୋକାଭିମୁଖୀ ଯୋଜନାଟି ବାଟବଣା ହେଉଥିବା ଯୋଗୁଁ ଲୋକମାନେ ତାର ସୁଫଳ ପାଇପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି । ପାଇଖାନା ନିର୍ମାଣ ବାବଦ ୧୨ହଜାର ଟଙ୍କା ପାଇଁ ହିତାଧିକାରୀ ବ୍ଲକକୁ ବର୍ଷ ବର୍ଷ ଧରି ଧାଇଁ ଧାଇଁ ଶେଷରେ ନିରାଶ ହୋଇ ବସିରହିଛନ୍ତି। ସ୍ୱଳ୍ପ ପରିମାଣ ଅର୍ଥରେ ଗୋଟିଏ ପାଇଖାନା ନିର୍ମାଣ ସମ୍ଭବ ହେଉନଥିବାରୁ ବିଭିନ୍ନ ଜାଗାରେ ସ୍ବେଚ୍ଛାସେବୀସଂଗଠନ ଦ୍ୱାରା ହିତାଧିକାରୀ ମାନଙ୍କ ପାଇଁ ପାଇଖାନା ନିର୍ମାଣ କରାଯାଉଛି । ପାଇଖାନା ନିର୍ମାଣ କାର୍ଯ୍ୟ କରିଥିବା ମହିଳା ସଂଗଠନ ସମ୍ପୃକ୍ତ ଗ୍ରାମରେ ୩୮ଟି ପାଇଖାନା ନିର୍ମାଣ କରି ସାରି ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ । କିନ୍ତୁ ବ୍ଲକ କର୍ତ୍ତୃପକ୍ଷ ବିଲ ପେମେଂଟ କରିବା ବଦଳରେ ଅଧିକ ପିସି  ଦାବି କରି ବାରମ୍ବାର କାଗଜପତ୍ର ହଜି ଯାଇଥିବା କହି ବିଲ ପେମେଂଟ କରିବାରେ ଅଯଥା ଟାଳଟୁଳ ନୀତି ଆପଣେଇ ବିଳମ୍ବ କରୁଛନ୍ତି । ଫଳରେ ମହିଳା ସଂଗଠନର କର୍ମକର୍ତ୍ତାମାନେ ମାନସିକ ସ୍ତରରେ ଚାପ ନେଉଥିବାବେଳେ ଲୋକମାନଙ୍କ ଠାରୁ ଧାର କରଜ କରି ଆଣିଥିବା ଅର୍ଥ ଠିକ ସମୟରେ ଦେଇ ନ ପାରିବାରୁ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଏବଂ ବିଭିନ୍ନ ସ୍ଥାନରେ ଅପଦସ୍ତ ହେବାକୁ ପଡୁଛି । ନବୀନ ସରକାର ମହିଳା ମାନଙ୍କୁ ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଥିବାବେଳେ ଗୋଟିଏ ମହିଳା ସଂଗଠନକୁ ବେଗୁନିଆ ବ୍ଲକରେ  କାର୍ଯ୍ୟରତ କର୍ମଚାରୀମାନେ କିପରି ଅବସ୍ଥା କରୁଛନ୍ତି ମୁଖ୍ୟମନ୍ତ୍ରୀ ତାହା ଜାଣିବା ନିହାତି ଆବଶ୍ୟକ ହୋଇପଡିଛି ବୋଲି ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories