ମୋହନାରେ ଶୌଚାଳୟ ନିର୍ମାଣ ଦାବି

ମୋହନା : ଗଜପତି ଜିଲା ମୋହନା ଓଡ଼ିଶାର ଦ୍ୱିତୀୟ ବୃହତମ ବ୍ଳକ। ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ। ଆଦିବାସୀ ଅଧ୍ୟୁସିତ ମୋହନା ଜନବହୁଳ ହୋଇଥିଲେ ହେଁ ଏଠାରେ ଶୌଚାଳୟ ଟିଏ ନିର୍ମାଣ ହୋଇପାରି ନାହିଁ। ରାତି ପାହିଲେ ସରକାରୀ ଓ ବେସରକାରୀ କାମ ନେଇ ଦୁର୍ଗମ ତଥା ବିଭିନ୍ନ ପଞ୍ଚାୟତର ଶହ ଶହ ଜନସାଧାରଣ ମୋହନା ଆସିଥାନ୍ତି। ମୋହନା ଦେଇ ମୋଟୁ, ସୁନାବେଢା, ବାଲିମେଳା, ଜୟପୁର, କୋରାପୁଟ, ଇନ୍ଦ୍ରାବତୀ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଗୁଣପୁର, ଭବାନିପାଟଣା, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ପୁରୀ ଆଦି ବିଭିନ୍ନ ଜିଲ୍ଲାକୁ ପ୍ରତିଦିନ ବହୁ ସଂଖ୍ୟାରେ ଯାତ୍ରବାହୀ ବସ ଯାତାୟତ କରୁଥିଲେ ମଧ୍ୟ ଯାତ୍ରୀଙ୍କ ସୁବିଧା ଲାଗି ଏଠାରେ ଶୌଚାଳୟଟିଏ ନିର୍ମାଣ କରାଯାଇନାହିଁ। ଏଥିନେଇ ବହୁବାର ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନାହିଁ। ବିଭିନ୍ନ ବସକୁ ଅପେକ୍ଷାକରି ରହୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ମହିଳାମାନେ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ବାଧ୍ୟହୋଇ ପୁରୁଷ ଓ ମହିଳାମାନେ ଯିବା ଅସିବା ରାସ୍ତାରେ ଛୋଟ ଛୁଆମାନଙ୍କୁ ମଳତ୍ୟାଗ କରୁଥିବା ଦେଖିବାକୁ ମିଳୁଛି। ଦୀର୍ଘ ଦିନର ଦାବିକୁ ପ୍ରଶାସନ ହୃଦୟଙ୍ଗମ କରି ଶୌଚାଳୟଟିଏ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

kalyan agarbati

Comments are closed.