www.samajalive.in
Friday, December 5, 2025
16.1 C
Bhubaneswar

ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ: ଆଜିର ରାଶିଫଳ

ମେଷ: ଜୀବେ ଦୟାର ଅବତାର ହୋଇପାରନ୍ତି। ପଶୁପାଳନ ପ୍ରତି ବିଶେଷ ଆଗ୍ରହୀ ହେବେ। ଗୋମାତାଙ୍କ ଦୟାରୁ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଗତ ସମସ୍ତ ପାପ କ୍ଷୟ ହୋଇ ଧର୍ମଯାଜକ ହେବେ।
ବୃଷ: କଷ୍ଟ ସହିଷ୍ଣୁ ହେବେ। ହାସ୍ୟପ୍ରିୟ ହୋଇପାରନ୍ତି। ପତିପତ୍ନୀ ଏକତ୍ର ସମୟ କଟାଇବାକୁ ଇଚ୍ଛା ପ୍ରକାଶ କରିପାରନ୍ତି। କେତେବେଳେ ଯଦି ବିପଦ ଆସେ ତେବେ ତେବେ ଦିନବେଳା ନୁହେଁ ରାତିରେ ଆସିପାରେ।
ମିଥୁନ: ପତ୍ନୀ ଦିବ୍ୟସ୍ବରୂପା ହୋଇପାରନ୍ତି। ଧନଯୁକ୍ତା ଉତ୍ତମ ବୃତ୍ତିଧାରୀ ହେବାର ସୂଚନା ମିଳୁଛି। ଗୁଣଜ୍ଞା ହେବେ। ନୂତନ ବେଶଧାରୀ ହୋଇପାରନ୍ତି। ପତିପରାୟଣ ଓ ବିନୟୀ ଭାବସମ୍ପନ୍ନା ହେବେ। ସମସ୍ତଙ୍କ ପ୍ରିୟ ହେବେ।
କର୍କଟ: ଜଣେ ଉତ୍ତମ ଗୃହକର୍ତ୍ତା ହେବେ। ସଦାସର୍ବଦା ଆତୁରିତ ମନୋଭାବର ହୋଇପାରନ୍ତି। ବ୍ରାହ୍ମଣମାନଙ୍କ ସହିତ ଶତ୍ରୁତା ଲାଗି ରହିବ। ରାଜଦ୍ରୋହୀ ହେବା ଆଶା କରାଯାଏ। ମହାଜନଙ୍କ ଶତ୍ରୁ ହେବେ।
ସିଂହ: ପୁଅମାନେ ପିତୃମାତୃ ଭକ୍ତିଯୁକ୍ତ ହୋଇପାରନ୍ତି। କ୍ରୂର ସ୍ବଭାବ ବ୍ୟକ୍ତିଙ୍କଠାରୁ ନିଜର ଦୂରତ୍ବ ରକ୍ଷା କରି ସତର୍କତାର ସହ କାର୍ଯ୍ୟ କରିବେ। କ୍ଷୁଧାତୁର ଓ ମାଂସପ୍ରିୟ ହୋଇପାରନ୍ତି। ଲୋଭହୀନ ହେବେ।
କନ୍ୟା: ପତ୍ନୀଙ୍କ ପାଇଁ ନାନା ସୁଖର ଅଧିକାରୀ ହୋଇପାରନ୍ତି। ରାଜସେବା ବ୍ରତ ଆଚରଣ କରି ସନ୍ମାର୍ଗୀ ହେବେ। ଅନ୍ନ ପାନ ଉଦ୍ୟମ ଫଳପ୍ରଦ ହୋଇପାରେ। ରୋଗୀ, ଦୁଃସ୍ଥ ଓ ବିକଳାଙ୍ଗଙ୍କ ସେବା କରିବେ।
ତୁଳା: ପାପ କର୍ମକୁ ଘୃଣା ଚକ୍ଷୁରେ ଦେଖି ପୁଣ୍ୟ ପଥକୁ ଅନୁସରଣ କରିବେ। କୁକର୍ମୀମାନଙ୍କୁ ସୁକର୍ମୀ ହେବାକୁ ଉପଯୁକ୍ତ ଆଶା, ଭରସା ଯୋଗାଇ ଦେବେ। କର୍ମକ୍ଷେତ୍ରରେ ତତ୍ପର ହୋଇ କାର୍ଯ୍ୟ କରିବେ।
ବିଛା: ବହୁ ପ୍ରକାରର ବ୍ୟବସାୟ କରି ଓ ଏକ ବ୍ୟବସାୟ ପ୍ରତିଷ୍ଠାନରେ ଦାୟିତ୍ବସମ୍ପନ୍ନ କାର୍ଯ୍ୟ ନିର୍ବାହ କରି ଆଶାନୁରୂପ ଧନ ପ୍ରାପ୍ତ ହେବେ। ପଥର, ମାଟି, କପା ଚାଷ, ନବ ବସ୍ତ୍ର କାରବାରରୁ ଧନ ଲାଭ କରିବେ।
ଧନୁ: ଧାନ୍ୟ କ୍ରିୟାଯୁକ୍ତ ହୋଇପାରନ୍ତି। ନିୟମୀ ହୋଇପାରନ୍ତି। ଧାର୍ମିକ ପ୍ରବର ହେବେ। ଦୃଢ଼ ନିଶ୍ଚୟୀ ହୋଇପାରନ୍ତି। ଯଶସ୍ବୀ, ସେବା ବ୍ରତ ତତ୍ପର ହେବେ। ରଣ କ୍ଷେତ୍ରରେ ମତହସ୍ତୀ ଓ ଘୋଟକ ଚାଳକ ​ହୋଇପାରନ୍ତି।
ମକର: କୃଷି କର୍ମ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି। ଧର୍ମ କ୍ରିୟାକୁ ସାଦରେ ଗ୍ରହଣ କରି ଧନ ବ୍ୟୟ କରିପାରନ୍ତି। କାଂସ୍ୟ ପାତ୍ରରେ ପଇଡ଼ ପାଣି ପିଇ ମସଗୁଲ ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ।
କୁମ୍ଭ: ର୍କମରୁ ଧନ ଲାଭ ହୋଇପାରେ। ନ୍ୟାୟ ଧର୍ମ ନିକିତିରେ ନିଜ କର୍ମକୁ ତଉଲି ସତ୍‌ମାର୍ଗକୁ ବାଛି ନେଇ କାର୍ଯ୍ୟ କ୍ଷେତ୍ରରେ ଅଗ୍ରସର ହେବେ। ବିଦ୍ୟା ପ୍ରଭାବ ଓ ସାଧୁ ସଙ୍ଗରୁ ମଧ୍ୟ ଧନ ଲାଭ କରିପାରନ୍ତି।
ମୀନ: କେହି କେହି ପ୍ରବଞ୍ଚକ ହୋଇ ବିପଥଗାମୀ ହେବାକୁ ଯାଉଥିବାବେଳେ ପତ୍ନୀଙ୍କ ବାରଣ ମାନି ସେଥିରୁ ନିବୃତ୍ତ ହୋଇପାରନ୍ତି। ଜନବିରୋଧୀ କାର୍ଯ୍ୟରୁ ଓହରି ଆସି ପରୋପକାରରେ ବ୍ରତୀ ହେବେ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories