ଭୁବନେଶ୍ଵର: ଆଜି ରଜ ଉତ୍ସବର ଅନ୍ତିମ ଦିନ। ଆଜି ଭୂମି ଦହନ, ଆସନ୍ତାକାଲି ହେବ ବସୁମତୀ ସ୍ନାନ। ଶେଷ ରଜକୁ ଆଜି ଖୁବ୍ ଧୁମଧାମରେ ପାଳନ କରୁଛନ୍ତି କୁଆଁରୀ। ସେଥିପାଇଁ ଶେଷ ରଜରେ ପିଠା, ମିଠା, ପାନର ବାସ୍ନାରେ ଗାଁଠୁ ସହର ମହକି ଉଠୁଛି। ରାଜ୍ୟର ଅନେକ ସ୍ଥାନ ବିଶେଷ କରି ଉପକୂଳ ଜିଲ୍ଲା ଗୁଡିକରେ ପିଠା , ମିଠା , ପାନ ଓ ଦୋଳିର ଆସର ସାଙ୍ଗକୁ ପାରମ୍ପରିକ ନାଚଗୀତର ପ୍ରତିଯୋଗୀତା, ଏହାସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ରଜ ମାହୋଲକୁ ଆହୁରି ରଙ୍ଗୀନ କରୁଛି। ପ୍ରତିଟି ଘରେ ଜମୁଛି ତାସ ଓ ଲୁଡୁ ଖେଳର ଆସର। ବିଭିନ୍ନ ସ୍ଥାନରେ ପୁଚି ଓ କବାଡି ପ୍ରତିଯୋଗୀତା କରାଯାଉଛି। ରଜ ପାଇଁ ବାହାରେ ରହୁଥିବା ଲୋକ ନିଜ ନିଜ ଘରକୁ ଆସିଛନ୍ତି। ଘରେ ଘରେ କୁଣିଆ ଓ ବନ୍ଧୁ ବାନ୍ଧବ। ପରିବାର ସଦସ୍ୟ ଏକାଠି ହୋଇ ପିଠା ମିଠା ଖାଇ ପବିତ୍ର ରଜପର୍ବକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରୁଥିବା ଦେଖିବାକୁ ମିଳିଛି।
Popular Categories



