www.samajalive.in
Saturday, December 6, 2025
19.1 C
Bhubaneswar

ଆଜି ଶେଷ ଟି-୨୦ : ସିରିଜ୍‌ ପୋଛିବା ଲକ୍ଷ୍ୟରେ ଭାରତ

ସିଡ୍‌ନୀ : ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ମଙ୍ଗଳବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଟ୍ବେଣ୍ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚ ଖେଳାଯିବ। ଭାରତ ନିକଟରୁ ପ୍ରଥମ ଦୁଇ ଟ୍ବେଣ୍ଟି୨୦ ମ୍ୟାଚରେ ପରାଜିତ ହେବା ପରେ ଘରୋଇ ଅଷ୍ଟ୍ରେଲିଆ ତୃତୀୟ ମ୍ୟାଚ ଜିତି ହ୍ବାଇଟ୍‌ୱାଶ ଏଡାଇବାକୁ ପ୍ରୟାସ କରିବ। ସିରିଜ୍‌ରେ ୦-୨ରେ ପଛରେ ପଡ଼ି ଅଷ୍ଟ୍ରେଲିଆ ସିରିଜ୍ ହାତଛଡ଼ା କରିସାରିଛି। ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚରେ ଭ୍ରମଣକାରୀ ଦଳକୁ ହରାଇ ଘରୋଇ ଅଷ୍ଟ୍ରେଲିଆ ସାନ୍ତ୍ବନାମୂଳକ ବିଜୟ ହାସଲ କରିବା ଲକ୍ଷ୍ୟ​‌ରେ ରହିଛି।

ଅନ୍ୟପକ୍ଷରେ ଦିନିକିଆ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ ହାରିବା ପରେ ଅନ୍ତିମ ଦିନିକିଆରେ ପ୍ରତ୍ୟାବର୍ତ୍ତନ କରିଥିବା ବିରାଟ ବାହିନୀ କଙ୍ଗାରୁ ଦଳକୁ ମାତ୍‌ ଦେଇ ଟ୍ବେଣ୍ଟି୨୦ ସିରିଜକୁ ହାତେଇବାରେ ସଫଳ ହୋଇଛି। ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତ ମାନସିକ ସ୍ତରରେ ପ୍ରସ୍ତୁତି ନେଇ ଅନ୍ତିମ ଟ୍ବେଣ୍ଟି୨୦କୁ ଜିତିବା ସହ ସିରିଜ୍‌ କ୍ଲିନ ସୁଇପ କରିବା ଲକ୍ଷ୍ୟ ନେଇ ବିରାଟ ବାହିନୀ ଖେଳିବେ। ପ୍ରଥମ ମ୍ୟାଚରେ ଦଳ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବା ରବୀନ୍ଦ୍ର ଜାଡେଜାଙ୍କ ଆହତ ଦ୍ବିତୀୟ ମ୍ୟାଚରେ ଭାରତ ଅନୁଭବ କରିବାକୁ ପାଇନଥିଲା। ନବାଗତ ଟି ନଟରାଜନ, ସାର୍ଦୁଳ ଠାକୁର ଓ ୱାଶିଂଟନ ସୁନ୍ଦରଙ୍କ ଚମତ୍କାର ବୋଲିଂ ସହ ଓପନର ଶିଖର ଧାୱନ, ଅଧିନାୟକ ବିରାଟ କୋହଲି ଓ ହାର୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତ ଦ୍ବିତୀୟ ଟ୍ବେଣ୍ଟି୨୦କୁ ଜିତିବା ସହ ସିରିଜ୍‌ କବ୍‌ଜା କରିନେଇଥିଲା।

- Advertisement -

ଅନ୍ତିମ ମ୍ୟାଚରେ ଭାରତ ସାମାନ୍ୟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ଫାଷ୍ଟ ବୋଲିଂ ବିଭାଗକୁ ନଟରାଜନ ଓ ସାର୍ଦୁଳ ସମ୍ଭାଳିବାରେ ସକ୍ଷମ ହୋଇଛନ୍ତି। ଦୀପକ ଚହରଙ୍କ ବଦଳରେ ନବଦୀପ୍‌ ସଇନି ଓ ବ୍ୟାଟିଂ ବିଭାଗରେ ଶିଖର ଧାୱନଙ୍କ ବଦଳରେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳିପାରେ। ଭାରତ ସିରିଜ୍‌ ବିଜୟୀ ହୋଇସାରିଥିବାରୁ ପୂରା ଆତ୍ମବିଶ୍ବାସର ସହ ଖେଳିବ। ଅନ୍ୟପକ୍ଷରେ ଆହତ ସମସ୍ୟା ଦେଇ ଗତି କରୁଥିବା ଘରୋଇ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ ପୂର୍ବରୁ ଶେଷ ଟ୍ବେଣ୍ଟି୨୦ ବିଜୟ ସହ ସମ୍ମାନ ରକ୍ଷା କରିବାକୁ ଉଦ୍ୟମ କରିବ। ନିୟମିତ ଅଧିନାୟକ ଆରୋନ ଫିଞ୍ଚ, ଓପନର ଡେଭିଡ୍‌ ୱାର୍ଣ୍ଣର, ମିଚେଲ ଷ୍ଟାର୍କଙ୍କ ଅନୁପସ୍ଥିତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ତୃତୀୟ ଟ୍ବେଣ୍ଟି୨୦ରେ ଜୋସ୍ ହାଜେଲଉଡ୍‌ ଓ ପ୍ୟାଟ୍‌ କମିନ୍‌ସ ଖେଳିବାର ସମ୍ଭାବନା ରହିଛି। ଡି ଆର୍ସି ସର୍ଟ ଓ ମାର୍କୋସ ଷ୍ଟୋଇନିସ୍‌ ଭଲ ଫର୍ମରେ ନଥିବାବେଳେ ଗ୍ଲେନ ମାକ୍ସୱେଲ ,ଅଧିନାୟକ ମାଥ୍ୟୁ ୱେଡ ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ କାନ୍ଧରେ ଅଧିକ ଦାୟିତ୍ବ ରହିଛି। ବୋଲିଂରେ ସେନ୍ ଆବଟ୍‌, ଆଡାମ୍‌ ଜାମ୍ପା, ଡାନିଏଲ ସାମ୍‌ସ, ଆଣ୍ଡ୍ର୍ୟୁ ଟାଏ ,ମାକର୍ସ ହେନେରିକ୍‌ ପ୍ରମୁଖ ରହିଛନ୍ତି। ଲେଗ୍‌ ସ୍ପିନର ମିଚେଲ ସ୍ବେପ୍‌ସନ ଶେଷ ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିବାରୁ ନାଥନ ଲାୟନ ଖେଳିବାର ସମ୍ଭାବନା ରହିଛି। ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ଭଲ ସ୍ଥିତିରେ ଥାଇ ମଧ୍ୟ ଭାରତୀୟ ବୋଲରମାନେ ମ୍ୟାଚକୁ ଛଡାଇ ଆଣିଥିଲେ।

ଦ୍ବିତୀୟ ଟ୍ବେଣ୍ଟି୨୦ରେ ଅଷ୍ଟ୍ରେଲିଆ ଭଲ ସ୍କୋର କରିଥିଲେ ମଧ୍ୟ ବ୍ୟାଟ୍‌ସମ୍ୟାନମାନେ ଭଲ ବ୍ୟାଟିଂ କରି ବିଜୟ ଦେଇଥିଲେ। ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରୁଥିବା ଭାରତ ତୃତୀୟ ମ୍ୟାଚକୁ ଜିତି ସିରିଜ୍‌ ପୋଛିବା ଲକ୍ଷ୍ୟରେ ଖେଳିବ। ଚଳିତ ବର୍ଷ ପ୍ରାରମ୍ଭରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ସିରିଜ୍‌ ହାରିବା ପରେ ଟ୍ବେଣ୍ଟି୨୦ ସିରିଜ୍‌କୁ ପୋଛି ନେଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଉକ୍ତ ପ୍ରଦର୍ଶନକୁ ଦୋହରାଇବା ଲକ୍ଷ୍ୟରେ ବିରାଟ ବାହିନୀ ରହିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories